ସୋର ଯୁବକ ଭାରତଭୂଷଣଙ୍କ କମାଲ୍ : ୫ଟଙ୍କା ଖର୍ଚ୍ଚ କରି ଥରେ ଚାର୍ଜ କଲେ ୨୮୦ କିମି ଯାତ୍ରା କରୁଛି ବାଇକ୍

876

କନକ ବ୍ୟୁରୋ : ସୋର ଯୁବକଙ୍କ କମାଲ । ସ୍ୱତନ୍ତ୍ର ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଅସାଧ୍ୟ ସାଧନ କରିଛନ୍ତି । ପୁରୁଣା ବାଇକରେ ମୋଟର ଲଗାଇ ମାତ୍ର ୫ ଟଙ୍କା ଖର୍ଚ୍ଚ କରି ୨୮୦ କିମି ଯାତ୍ରା କରିଛନ୍ତି । ଦୀର୍ଘବର୍ଷ ଧରି ଅଚଳ ହୋଇପଡ଼ିଥିବା ଗ୍ଲାମର ବାଇକରୁ ଇଞ୍ଜିନ୍ ବାହାର କରି ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ୫ ଟଙ୍କା ଖର୍ଚ୍ଚ କଲେ ୮୦ରୁ ୯୦ କିମି ବେଗରେ ୨୮୦ କିମି ଯାତ୍ରା କରି ରେକର୍ଡ଼ କରିଛନ୍ତି ଯୁବକ ଭାରତଭୂଷଣ ।

ବାଲେଶ୍ୱର ସୋର ବ୍ଲକ୍ ଅନ୍ତର୍ଗତ ମଧୂସୁଦନପୁର ପଞ୍ଚାୟତ ରଘୁନାଥପୁରଗଞ୍ଜ ଗ୍ରାମର ଭାରତଭୂଷଣ । ପୁରୁଣା ବାଇକରୁ ଇଞ୍ଜିନ ବାହର କରି ଏକ ମୋଟର ଲଗାଇଛନ୍ତି । ତେବେ କମ ଟଙ୍କାରେ ବାଇକକୁ କ୍ଷୀପ୍ର ଗତିରେ ଚଳାଇବା ପାଇଁ ଲିଥିୟମ୍ ପିରୁ ଫସଫେଟ୍ ଡ୍ରାଇ ସେଲକୁ ଚକା ସହ ସଂଯୋଗ କରିଛନ୍ତି । ଏଥିରେ ଛୋଟବଡ଼ ୨୪୦ଟି ବ୍ୟାଟେରୀ ବ୍ୟବହାର ହୋଇଛି । ଆଉ ଏହି ବ୍ୟାଟେରୀ ମାତ୍ର ୩୦ ମିନିଟରେ ଏକ ୟୁନିଟ୍ ଚାର୍ଜ ହୋଇଯାଉଛି । ଆଉ ଥରେ ଚାର୍ଜ କଲେ ତଥା ୫ ଟଙ୍କା ବିନିମୟରେ ୮୦ରୁ ୯୦ କିମିରେ ବେଗରେ ୨୮୦ କିମି ଅତିକ୍ରମ କରିପାରୁଛି ଏହି ବାଇକ୍ । ଏଥିପାଇଁ ତାଙ୍କୁ ଏକ ମାସ ସମୟରେ ଲାଗିଛି । ତାଙ୍କ ପତ୍ନୀ ଗୀତାଞ୍ଜଳି ତାଙ୍କୁ ସ୍ୱତନ୍ତ୍ର ବାଇକ୍ ତିଆରି କରିବାରେ ସାହାଯ୍ୟ କରିଛନ୍ତି ।

ପ୍ରଥମ ଥର ପାଇଁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହି ବାଇକରେ ଲାଗିଛି ଜିପିଏସ୍ ସିଷ୍ଟମ ଓ ରିମୋଟ୍ ଲକ୍ ସିଷ୍ଟମ ି । ଏଥିରେ ଲିଥିୟମ୍ ପିରୁ ବ୍ୟାଟେରୀ ବ୍ୟବହାର ହୋଇଛି । ତେବେ ଏହି ବ୍ୟାଟେରୀ ଭାରତରେ ତିଆରି ହୋଇପାରୁ ନଥିବାରୁ ଚାଇନା ଓ ଆମେରିକାରୁ ମଗାଇବାକୁ ପଡ଼ୁଛି । ତେଣୁ ଆମାଦାନୀ ଖର୍ଚ୍ଚ ଅଧିକ ହେଉଛି । ଆମ ଦେଶରେ ବ୍ୟାଟେରୀ ପ୍ରସ୍ତୁତ ହେଲେ ଗରିବ ଲୋକେ ଅଳ୍ପ ଟଙ୍କା ବିନିମୟରେ ବ୍ୟବହାର କରିପାରନ୍ତେ ବୋଲି ମତ ଦେଇଛନ୍ତି ।