ଭାରତ ବନ୍ଦ, ଲୋକେ ହନ୍ତସନ୍ତ: ଧର୍ମଘଟ ଯୋଗୁଁ ସାରା ରାଜ୍ୟରେ ପ୍ରଭାବ…ଗାଡି ଚଳାଚଳ ବନ୍ଦ ଲାଗି ଜୀବନ ଯାତ୍ରା ପ୍ରଭାବିତ; ବିମାନବନ୍ଦରରେ ଆଗୁଆ ପହଞ୍ଚି ଭଜନକୀର୍ତ୍ତନ କଲେ ଯାତ୍ରୀ

324

କନକ ବ୍ୟୁରୋ: ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନିଯୁକ୍ତି ସମେତ ୧୨ ଦଫା ଦାବି ନେଇ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ ହେଉଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭୁବନେଶ୍ୱର ଓ କଟକରେ ଗାଡି ମଟର ଚଳାଚଳ ବନ୍ଦ ରହିଥିବା ବିଭିନ୍ନ ଛକରେ ବିକ୍ଷୋଭ କରାଯାଇଛି । ଭୁବନେଶ୍ୱର ରେଳରୋକ କରାଯାଇଥିଲା । ବରମୁଣ୍ଡାରୁ ବସଷ୍ଟାଣ୍ଡରୁ ମଧ୍ୟ ବସ ବାହାରିନାହିଁ । ଆଚାର୍ଯ୍ୟବିହାର ଛକରେ ବିକ୍ଷୋଭ ବେଳେ ଆନ୍ଦୋଳନକାରୀଙ୍କୁ ପୁଲିସ ଗୋଡାଇଥିବା ଦେଖିବାକୁ ମିଳିଥିଲା । ସେହିପରି ବାଣୀବିହାରରୁ ଏକ ବାଇକ ରାଲି ବାହାରିଥିଲା । କଟକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ବାଦାମବାଡିରୁ ବସ ଗଡିନି । ଫଳରେ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ଭାରତ ବନ୍ଦ ଯୋଗୁଁ ରାସ୍ତାଘାଟ ଶୂନଶାନ । ଲୋକସେବା ଭବନକୁ କର୍ମଚାରୀମାନେ ବାଇକ, ସାଇକେଲରେ ଆସିଥିବା ଦେଖିବାକୁ ମିଳିଛି । ମନ୍ତ୍ରୀ ରଘୁନନ୍ଦନ ଦାସ ଓ ପ୍ରଫୁଲ ମଲ୍ଲିକ ବାଇକରେ ଲୋକସେବା ଭବନକୁ ଆସିଥିବା ଦେଖିବାକୁ ମିଳିଥିଲା । ପଛ ପଟ ଗେଟ ଦେଇ ଭିତରକୁ ପ୍ରବେଶ କରିଥିଲେ । ସଚିବ ମାନେ ସ୍ୱତନ୍ତ୍ର ସୁରକ୍ଷାରେ ଆସିଥିଲେ । କିଛି ସରକାରୀ ଅଧିକାରୀମାନେ ଚାଲିଚାଲିଆସିଥିବା ଦେଖିବାକୁ ମିଳିଥିଲେ । କଡା ସୁରକ୍ଷା ଭିତରେ ଲୋକସେବା ଭବନକୁ ରଖାଯାଇଛି ।

ଭାରତ ବନ୍ଦ ଯୋଗୁ ରାଜ୍ୟ ବାହାରୁ ବୁଲିବାକୁ ଆସିଥିବା ଯାତ୍ରୀମାନେ ବିମାନବନ୍ଦରରେ ଭଜନ କୀର୍ତ୍ତନ କରିଥିବା ଦେଖିବାକୁ ମିଳିଥିଲା । ଦିଲ୍ଲୀ , ହରିୟାଣା, ୟୁପିରୁ ଓଡିଶା ବୁଲିବାକୁ ଆସିଥିବା ଯାତ୍ରୀମାନଙ୍କ ଦିନ ୩ଟାରେ ବିମାନ ଥିଲେ ବି ରାତି ୩ଟାରୁ ଆସି ବିମାନବନ୍ଦରରେ ପହଚିଂଯାଇଥିଲେ । ବହୁ ସମୟ ଧରି ବିମାନ ବନ୍ଦରରେ ବସିରହିଥିବାରୁ ଭଜନ କୀର୍ତନ କରି ସମୟ ଅତିବାହିତ କରାଇଛନ୍ତି ।