ଭାରତ ବନ୍ଦର ପ୍ରଭାବ : ଭୁବନେଶ୍ୱରରେ ଆନ୍ଦୋଳନକାରୀ ଓ ଅଟୋ ଚାଳକ ମୁହାଁମୁହିଁ

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :  ଭାରତ ବନ୍ଦ ପାଳନବେଳେ ଆନ୍ଦୋଳନକାରୀ  ଓ ଅଟୋ ଚାଳକ ମୁହାଁମୁହିଁ । ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆଜି ବନ୍ଦ ପାଳନ କରାଯାଉଥିବାବେଳେ ଏହାକୁ ସଫଳ କରିବା ଲାଗି ପିକେଟିଂ ବେଳେ ହିଂସା ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ଆଜି ସକାଳୁ ମୁହାଁମୁହିଁ ହୋଇଛନ୍ତି କିଛି ଆନ୍ଦୋଳନକାରୀ ଓ ଅଟୋ ଚାଳକ । ବନ୍ଦ ଡାକରା ସତ୍ୱେ କିଛି ଅଟୋ ଚଳାଚଳ କରୁଥିବାରୁ ଏହାର ପ୍ରତିବାଦ କରିଛନ୍ତି ଆନ୍ଦୋଳନକାରୀ । ଜୋରଜବରଦସ୍ତ ଅଟୋ ବନ୍ଦ କରିବାକୁ ଚେଷ୍ଟା କରିବାରୁ ମୁହାଁମୁହିଁ ହୋଇଛନ୍ତି ଆନ୍ଦୋଳନକାରୀ  ଓ ଅଟୋ ଚାଳକ। ଏଥିରେ ଉଭୟ ପକ୍ଷର ୫ରୁ ଅଧିକ ଆହତ ହୋଇଥିବା ଜଣାପିଡିଛି ।