ଭାରତ ବନ୍ଦ ଭିତରେ ଭୁବନେଶ୍ୱର ନୟାପଲ୍ଲୀରେ ବିରଳ ଦୃଶ୍ୟ : ରାଜରାସ୍ତାରେ ଫୁଟବଲ୍ ଖେଳିଲେ ଛୋଟ ଛୋଟ ପିଲା

198

କନକ ବ୍ୟୁରୋ : ଆଜିଠାରୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଦୁଇଦିନିଆ ଭାରତ ବନ୍ଦ ଡାକରା ଦେଇଛି । କେନ୍ଦ୍ର ସରକାରଙ୍କ ଶମିକ ମାରଣ ନୀତି ବିରୋଧରେ ହେଉଛି ବନ୍ଦ ପାଳନ । ଏହି ବନ୍ଦ ଆଜିି ଅର୍ଥାତ ୮ ଓ ୯ ତାରିଖ ଦୁଇଦିନ ଧରି ଚାଲିବ । ସାରା ରାଜ୍ୟରେ ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବା ପାଇଁ ମିଳିଛି । ରାସ୍ତାଘାଟ ପ୍ରାୟତଃ ଶୂନଶାନ୍ । ରେଳଷ୍ଟେସନରେ ଟ୍ରେନ୍ ଅଟକାଇଛନ୍ତି ଶ୍ରମିକ ସଂଗଠନ । ବନ୍ଦକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ବନ୍ଦ ଯୋଗୁଁ ଗାଡ଼ି ମଟର ଚଳାଚଳ ହେଉନାହିଁ ।

ବନ୍ଦ ଭିତରେ ଭୁବନେଶ୍ୱର ନୟାପଲ୍ଲୀ ଅଂଚଳରେ ଦେଖିବା ପାଇଁ ମିଳିଛି ବିରଳ ଦୃଶ୍ୟ । ବେଶ୍ ଉତ୍ସାହିତ ହୋଇ ରାଜରାସ୍ତାରେ ପିଲାମାନେ ଫୁଟବଲ୍ ଖେଳୁଥିବାର ଦେଖାଯାଇଛି । ରାସ୍ତାଘାଟ ଶୂନଶାନ୍ ଥିବା ଯୋଗୁଁ ରାଜରାସ୍ତାରେ ଫୁଟବଲ୍ ଖେଳିଛନ୍ତି ଛୋଟ ଛୋଟ ପିଲା । ରାଜରାସ୍ତାରେ ଗାଡ଼ିମଟର ଚଳାଚଳ ହେଉନଥିବାରୁ ଫୁଟବଲ୍ ଖେଳିବା ସହଜ ହୋଇଛି । ତେବେ ଆଜି ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ଥିବାରୁ ଘରେ ବସି ବସି କ’ଣ କରିବେ ବୋଲି ସେମାନେ କହିଛନ୍ତି । ଆଜିର ଦିନରେ ଫୁଟବଲ ଖେଳିରେ ଖୁସି ଲାଗୁଛି ବୋଲି ମଧ୍ୟ ପ୍ରକାଶ କରିଛନ୍ତି । ଅନ୍ୟପଟେ ରାସ୍ତାରେ ଛିଡ଼ାହୋଇଛି ଶହ ଶହ ଟ୍ରକ୍ ।