ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଆଜି ଭାରତ ବନ୍ଦ । ଜାଣନ୍ତୁ କେଉଁମାନେ କରୁଛନ୍ତି ସମର୍ଥନ ଏବଂ କେଉଁମାନେ ନୁହେଁ? ଜନତାଙ୍କ ସୁରକ୍ଷା ପାଇଁ ନିଆଯାଇଛି କିଭଳି ପଦକ୍ଷେପ?

28

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଆଜି ଭାରତ ବନ୍ଦ ପାଳନ କରୁଛି କଂଗ୍ରେସ । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ନ ୩ଟା ଯାଏଁ ଚାଲିବ । କଂଗ୍ରେସର ଏହି ବନ୍ଦ ଡାକରାକୁ ୧୭ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି ।

କେଉଁମାନେ ଭାରତ ବନ୍ଦକୁ ସମର୍ଥନ ଜଣାଉଛନ୍ତି?

ବିଶେଷକରି ସିପିଆଇ, ସିପିଏମ୍, ଜନତା ଦଳ ସେକ୍ୟୁଲାର, ମହାରାଷ୍ଟ୍ର ନବନିର୍ମାଣ ସେନା, ଆରଜେଡି, ଏନ୍ସିପି, ବିଏସ୍ପି, ଡିଏମ୍କେ ଭଳି ଦଳ କଂଗ୍ରେସର ଏହି ବନ୍ଦକୁ ସମର୍ଥନ କରିଛନ୍ତି । ଏହା ବ୍ୟତିତ କିଛି ପରିବହନ ସଂସ୍ଥା ମଧ୍ୟ ବନ୍ଦ ପାଳନକୁ ସମର୍ଥନ ଜଣାଇନ୍ତି । ଅନ୍ୟପଟେ ବନ୍ଦପାଳନକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଛି ।

କେଉଁ କେଉଁ ସ୍ଥାନରେ ବନ୍ଦ ପାଳନ ହେବ?

ଭାରତ ବନ୍ଦ ଦେଶର ଅଧିକାଂଶ ରାଜ୍ୟରେ ପାଳନ ହେଉଛି । ଓଡ଼ିଶା, ମହରାଷ୍ଟ୍ର, ବିହାର, କର୍ଣ୍ଣାଟକ, ତାମିଲନାଡୁରେ କଡ଼ା ବିରୋଧ କରାଯାଉଛି। ଏହି ରାଜ୍ୟମାନଙ୍କରେ ଆଞ୍ଚଳିକ ଦଳ ଗୁଡ଼ିକ କେନ୍ଦ୍ର ସରକାରକୁ ତୀବ୍ର ବିରୋଧ କରୁଛି। ସେହିଭଳି ପଶ୍ଚିମବଙ୍ଗରେ ମଧ୍ୟ ତୃଣମୂଳ ସରକାର ବିଜେପିକୁ ଦୃଢ଼ ବିରୋଧ କରି ଆନ୍ଦୋଳନରେ ସାମିଲ ହୋଇଛି।

କେଉଁ ମାନେ ବାଦ୍ ପଡିବେ?

ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବରେ ସୂଚନା ଦିଆଯାଇଛି । ସେହିପରି ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଂଚିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ବନ୍ଦ ପାଇଁ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ଭାରତ ବନ୍ଦ ପାଇଁ ଅଟୋ ଓ ଟାକି୍ସ ଚଳାଚଳ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଛି । ତେବେ କଂଗ୍ରେସର ଏହି ବନ୍ଦ ପାଳନ ବେଳେ ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ସ୍କୁଲ କଲେଜ ବସ୍, ପରୀକ୍ଷାର୍ଥୀ, ଆମ୍ବୁଲାନ୍ସ, ଔଷଧ ଦୋକାନ, କ୍ଷୀର ଗାଡ଼ି ଭଳି ଅତ୍ୟାବଶ୍ୟକ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି ।

କଂଗ୍ରେସ ଭବନରେ ଭିନ୍ନକ୍ଷମ ଓ ରୋଗୀଙ୍କ ପାଇଁ କଣ୍ଟ୍ରୋଲ୍‌ ରୁମ୍‌

କଂଗ୍ରେସ ପକ୍ଷରୁ ଆଜି  ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ଏଥି ପାଇଁ କଂଗ୍ରେସ ଭବନରେ ଏକ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି। ବନ୍ଦ ପାଳନ ବେଳେ ଯଦି କେହି ରୋଗୀ ଓ ଭିନ୍ନକ୍ଷମ କୌଣସି ସ୍ଥାନରେ ଅସୁବିଧାର ସାମ୍ନା କରନ୍ତି, ତେବେ ସେମାନେ ଏହି କଣ୍ଟ୍ରୋଲ୍‌ ରୁମ୍‌ ନମ୍ବରକୁ ଯୋଗାଯୋଗ କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି। କଣ୍ଟ୍ରୋଲ୍‌ ରୁମ୍‌ ନମ୍ବର ରହିଛି ୭୬୦୯୮୫୨୧୩୧ ଓ ୮୮୯୫୨୦୩୦୦୧। ଏହି ନମ୍ବରରେ ଯୋଗାଯୋଗ କଲେ ତତ୍‌କାଳ ସେମାନଙ୍କୁ ସହଯୋଗ ଯୋଗାଇ ଦିଆଯିବ।

ଭାରତ ବନ୍ଦକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ

-ତେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ଭାରତ ବନ୍ଦ ପାଳନ କରୁଛି କଂଗ୍ରେସ

– ଭାରତ ବନ୍ଦ ପାଇଁ କର୍ଣ୍ଣାଟକ ଓ ଓଡ଼ିଶାରେ ସ୍କୁଲ ବନ୍ଦ ପାଇଁ ଘୋଷଣା ହୋଇଛି

-କ୍ଷୟକ୍ଷତିର ଆକଳନ କରି ପଶ୍ଚିମବଙ୍ଗ ସରକାର ପକ୍ଷରୁ ବୀମା କରାଯାଇଛି

-ମହାରାଷ୍ଟ୍ର ପୁଲିସ୍ ପକ୍ଷରୁ ଏମ୍ଏନ୍ଏସ୍ ଦଳକୁ ସତର୍କସୂଚନା ଜାରି କରିଛି

-ଆଇନଶୃଙ୍ଖଳା ବିଗିଡ଼ିଲେ ଏମ୍ଏନ୍ଏସ୍ ଦାୟି କରିବ ବୋଲି ପୁଲିସ୍ କହିଛି

-ଆନ୍ଦୋଳନରେ ୧୭ଟି ଦଳ ସାମିଲ ହୋଇଛନ୍ତି, କଂଗ୍ରେସ ୨୧ଟି ଦଳ ଦାବି କରୁଛି

-କଂଗ୍ରେସ ଦାବି କରିଛି ୨୦୧୪ରୁ ଆଜି ଭିତରେ ଏକ୍ସସାଇଜ ଡ୍ୟୁଟି ୨୧୧.୭% ବଢ଼ିଛି

– ସେହିପରି ଡିଜେଲରେ ଏକ୍ସସାଇଜ୍ ଡ୍ୟୁଟି ୪୪୩.୦୬% ବୃଦ୍ଧି ପାଇଛି

– ଜାଲେଣୀ ଗ୍ୟାସ୍ରେ ଏକ୍ସସାଇଜ୍ ଡ୍ୟୁଟି ୧୨ ଗୁଣ ବଢ଼ିଛି

– ଗ୍ୟାସ୍ ସିଲିଣ୍ଡର ୪୧୪ରୁ ୭୫୪ ଟଙ୍କାକୁ ବୃଦ୍ଧି ପାଇଛି

– ସେହିପରି ସବସିଡି ଯୁକ୍ତି ଗ୍ୟାସ ସିଲିଣ୍ଡର ୪୧୨ରୁ ୪୯୬କୁ ବୃଦ୍ଧି ପାଇଛି

– ବିଜେପି କହିଛି- କଂଗ୍ରେସ ହେଉଛି ବୁଡିବାକୁ ଯାଉଥିବା ଜାହାଜ

– କଂଗ୍ରେସକୁ ସମର୍ଥନ କରୁଥିବା ଦଳ କଂଗ୍ରେସ ସହ ବୁଡିବାକୁ ଯାଉଛନ୍ତି

ପୂର୍ବରୁ କେତେ ଥିଲା ଆଉ ଏବେ କେତେ ହେଲା ତୈଳ ଦର

-୧ ଜୁଲାଇ ୨୦୧୪ରେ ଅଶୋଧିତ ତେଲ ଦର ୧୧୨ ଡଲାର ପ୍ରତି ବ୍ୟାରେଲ ଥିଲା

-ସେଦିନ ଦେଶରେ ଲିଟର ପିଛା ତେଲ ଦରଥିଲା ୭୩ ଟଙ୍କା ୬୦ ପଇସା

-୧୩ ସେପଟେମ୍ବର ୨୦୧୭ରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୫୪ ଡଲାର ହେଲା

-ହେଲେ ଦେଶର କିଛି ଭାଗରେ ପେଟ୍ରୋଲ ଦର ୮୦ ଟପିଗଲାଣୀ

-ଗତ ଜୁଲାଇରୁ ଲାଗାତର ପେଟ୍ରୋଲ ଦର ବଢ଼ିବାରେ ଲାଗିଛି

-୨୦୧୪ ତୁଳନାରେ ତେଲଦର ସବୁଠାରୁ ଉଚ୍ଚ ସ୍ତରରେ ପହଂଚିଛି

– ୩ବର୍ଷରେ ଆଶୋଧିତ ତୈଳଦର ଅଧାରୁ କମ୍କୁ ଖସି ଆସିଛି

-ଗତ ୩ବର୍ଷରେ ଏକ୍ସାଇଜ୍ ଡ୍ୟୁଟି ମଧ୍ୟ ଢେର ବଢ଼ିଛି

– ୨୦୧୪ରେ ଯଦି ୧୦ଟଙ୍କା ଆଦାୟ ହେଉଥିଲା, ଏବେ ଏହା ୨୨ଟଙ୍କା ଟପିଲାଣୀ

-୨୦୧୪ ପରେ କେନ୍ଦ୍ର ସରକାର ୯ଥର ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି

-ସେହିପରି ରାଜ୍ୟ ସରକାର ଦୁଇ ଥର ଭାଟ୍ ବଢ଼ାଇଛନ୍ତି