ପୁରୀରେ ବନ୍ଦର ପ୍ରଭାବ ଜୋର୍ ! ହଇରାଣ ହେଉଛନ୍ତି ପର୍ଯ୍ୟଟକ, ଚାଲି ଚାଲି ଶ୍ରୀମନ୍ଦିର ଯାଉଛନ୍ତି ଭକ୍ତ

122

କନକ ବ୍ୟୁରୋ : ଆଜିଠାରୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଦୁଇଦିନିଆ ଭାରତ ବନ୍ଦ ଡାକରା ଦେଇଛି । ଏହି ବନ୍ଦ ଆଜିି ଅର୍ଥାତ ୮ ଓ ୯ ତାରିଖ ଦୁଇଦିନ ଧରି ଚାଲିବ । ସାରା ରାଜ୍ୟରେ ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବା ପାଇଁ ମିଳିଛି । ରାସ୍ତାଘାଟ ପ୍ରାୟତଃ ଶୂନଶାନ୍ । କଟକ, ଭୁବନେଶ୍ୱର ଓ ରାଉରକେଲା, ବାଲେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଓ ପୁରୀରେ ବନ୍ଦର ପ୍ରଭାବ ଅଧିକ ଦେଖିବା ପାଇଁ ମିଳୁଛି ।

ପୁରୀରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ରେଳଷ୍ଟେସନରେ ଟ୍ରେନ୍ ଅଟକାଇଛନ୍ତି ଶ୍ରମିକ ସଂଗଠନ । ବନ୍ଦକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ବନ୍ଦ ଯୋଗୁଁ ଗାଡ଼ି ମଟର ଚଳାଚଳ ହେଉନାହିଁ । ପାଦରେ ଚାଲିଚାଲି ଶ୍ରୀମନ୍ଦିର ଯାଉଛନ୍ତି ଭକ୍ତ । ତେବେ ବନ୍ଦ ଯୋଗୁଁ ପର୍ଯ୍ୟଟକମାନେ ଅଧିକ ହଇରାଣ ହେଉଛନ୍ତି ।

ସୂଚନାଯୋଗ୍ୟ ଶ୍ରମିକ ସଂଗଠନର ଅଭିଯୋଗ ହେଲା, ନୋଟବନ୍ଦୀ, ଜିଏସଟି ଯୋଗୁ ବ୍ୟବସାୟୀଙ୍କୁ ବହୁତ ଅସୁବିଧା ମଧ୍ୟରେ ବ୍ୟବସାୟ କରିବାକୁ ପଡୁଛି । ସେପଟେ ଭାରତବନ୍ଦକୁ ବିଜେଡ଼ି ଓ କଂଗ୍ରେସ ସମର୍ଥନ କରିଛି ।