ଭଞ୍ଜନଗର : ପୁଲିସ୍ ଏନକାଉଣ୍ଟରରେ କୁଖ୍ୟାତ ଡକାୟତ ବାବୁ ନାୟକ ଆହତ

59

କନକ ବ୍ୟୁରୋ : ଭଞ୍ଜନଗରର ତାରାସିଂ ଜାନିବଞ୍ଜରଠାରେ ନିକଟରେ ପୁଲିସ୍ ଏନକାଉଣ୍ଟର । ଏଥିରେ ଗୁରୁତର ଆହତ ହୋଇଛି କୁଖ୍ୟାତ ଡକାୟତ ବାବୁ ନାୟକ । ବାବୁର ଦୁଇ ଆଣ୍ଠୁରେ ଗୁଳି ବାଜିଛି । ଫଳରେ ଗୁରୁତର ଅବସ୍ଥାରେ ବାବୁକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବୁଗୁଡା ବ୍ୟାଙ୍କ୍ ଡକାୟତି ସହ ବାବୁ ନାଁରେ ରହିଛି ୪୦ରୁ ଅଧିକ ଡକାୟତି ମାମଲା । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାବୁ ନିକଟରୁ ୧କେଜିରୁ ଅଧିକ ସୁନା ଜବତ କରିଛି ପୁଲିସ୍ । ଏହା ସହିତ ବନ୍ଧୁକ ଓ ବୋମା ତିଆରି ସାମଗ୍ରୀ ମଧ୍ୟ ଜବତ ହୋଇଛି ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗରୁଡ଼ପଥର ନିକଟରେ ବାବୁ ଥିବା ସମ୍ପର୍କରେ ସୂଚନା ମିଳିବା ପରେ ଭଞ୍ଜନଗର ପୁଲିସ ଓ ତାରସିଂହ ପୁଲିସ ମିଳିତ ଭାବରେ ଚଢ଼ାଉ କରିଥିଲେ । ଏହି ସମୟରେ ବାବୁ ପଳାଇଯିବାକୁ ଚେଷ୍ଟା କରିଥିଲେ ମଧ୍ୟ, ସଫଳ ହୋଇ ପାରି ନଥିଲା । ଏନକାଉଣ୍ଟରରେ ଆହତ ହେବା ପୂର୍ବରୁ ସେ ପୁଲିସ ଉପରକୁ ଗୁଳି ଚଳାଇ ଥିଲା।