ଭଞ୍ଜନଗରରେ ଏନକାଂଉଟର । ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇମ୍ରାନ ଆହତ, ଇମ୍ରାନ ବାମ ଗୋଡରେ ବାଜିଛି ଗୁଳି

ଆଜି ଭୋରରୁ ଭଞ୍ଜନଗରରେ ଏନକାଂଉଟର କରିଛି ଗଂଜାମ ପୋଲିସ

156

କନକ ବ୍ୟୁରୋ : ଆଜି ଭୋରରୁ ଭଞ୍ଜନଗରରେ ଏନକାଂଉଟର କରିଛି ଗଂଜାମ ପୋଲିସ । ତେବେ ଏନକାଂଉଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇମ୍ରାନ ଆହତ ହୋଇଛି । ଇମ୍ରାନର ବାମ ଗୋଡ ଆଣଣ୍ଠୁରେ ଗୁଳି ବାଜିଛି । ମିଳିଥିବା ସୂଚନା ଅନୁସାରେ ଭଞ୍ଜନଗର-ଫୁଲବାଣୀ ରାସ୍ତାର ସୋରାଦେବୀ ମନ୍ଦିର ଓ ଗୋଣ୍ଡିଶୋଳା ନିକଟରେ ଏହି ଏନକାଂଉଟର ହୋଇଛି ।

ଏନକାଂଉଟରରେ ପୋଲିସ ଉପରେ ବି ଗୁଳି ବାଜିଛି । ଘଟଣାସ୍ଥଳରୁ ଗୁଳି ସହ ବାଇକ ଓ ପିସ୍ତଲ ପୋଲିସ ଜବତ କରିଥିବା ଜଣାପଡିଛି । ପୂର୍ବରୁ ଇମ୍ରାନ ନାଁରେ ଅନେକ ସଙ୍ଗୀନ ମାମଲା ରହିଛି ।