ଭଂଜନଗରରେ ଏନକାଉଂଟର : ଦୁର୍ଦ୍ଦାନ୍ତ ଅପରାଧୀ ଜଗା ନାୟକ ଗୁରୁତର ଆହତ

25

ଭଂଜନଗର : ଭଂଜନଗର  ମହାଗୁଡା ନିକଟ ପୁଟୁଂଣୁକୁମ୍ପାରେ ଏନକାଉଂଟର । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜଗା ନାୟକ ଗୁରୁତର ଆହତ ହୋଇଛି ।  ଜଗାର ବାମ ଗୋଡରେ ଗୁଳି ବାଜିଥିବା ବେଳେ ତା ନିକଟରୁ ଗୋଟିଏ ବନ୍ଧୁକ ଓ ୧୫ଟି ବୋମା ଜବତ କରିଛି ପୁଲିସ ।

ପୂର୍ବରୁ ଜଗା ନାଁରେ ବିଭିନ୍ନ ଥାନାରେ ୧୩ରୁ ଅଧିକ ମାମଲା ରହିଛି । ଭଂଜନଗରରୁ କନ୍ଧମାଳ ଯାଉଥିବା ବେଳେ ଜଗା ନାୟକକୁ ପୁଲିସ କାବୁ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଜଗା ପୁଲିସ ଉପରକୁ ଗୁଳିଚାଳନା କରିବାରୁ ପୁଲିସର ପାଲଟା ଆକ୍ରମଣରେ ଆହତ ହୋଇଛି।