ଭକ୍ତ ଦାସଙ୍କ ଦିଲ୍ଲୀ ମୋହ ଭାଙ୍ଗିିଲା : ଲୋକସଭା ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କଲେ ବରିଷ୍ଠ ନେତା ଭକ୍ତ ଚରଣ ଦାସ

1,136

କନକ ବ୍ୟୁରୋ : ନିର୍ବାଚନ ଲଢ଼ିବେନି ଭକ୍ତଚରଣ ଦାସ । ଲୋକସଭା ନିର୍ବାଚନରୁ ମୁହଁ ମୋଡ଼ିଲେ କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ ।  ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ଦିଲ୍ଲୀ ମୋହ ଭାଙ୍ଗିଛି । ଆଗକୁ ଆଉ ଲୋକସଭା ନିର୍ବାଚନ ଲଢ଼ିବେନି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ତେବେ ବିଧାନସଭା ନିର୍ବାଚନ ଲଢ଼ିବା ନେଇ ଇଚ୍ଛା ନାହିଁ କହୁଥିଲେ ହେଁ, ବିଧାନସଭା ନିର୍ବାଚନ ବିଷୟରେ ଏବେ କିଛି ସ୍ପଷ୍ଟ କରିପାରିବି ନାହିଁ ବୋଲି କହିଛନ୍ତି । 

ରାଜନୀତିରୁ ସମ୍ପୂର୍ଣ୍ଣ ସନ୍ୟାସ ନେଇନାହାନ୍ତି କଂଗ୍ରେସ ନେତା । ଜଣେ ସଂଗ୍ରାମୀ ହିସାବରେ ତଥା ଅଂହିସାର ପୂଜାରୀ ହିସାବରେ ଗାନ୍ଧୀବାଦୀ ଲଢ଼େଇ ଜାରି ରଖିବି ବୋଲି କହିଛନ୍ତି । ଲୋକଙ୍କ ଉପରେ ବୋଝ ନହୋଇ ଯୁବପୀଢ଼ିଙ୍କୁ ରାଜନୀତିରେ ସୁଯୋଗ ଦିଆଯାଉ ବୋଲି ପ୍ରକାଶ କରିଛନ୍ତି । ଅନ୍ୟପଟେ ସେ କୋଶଳ ରାଜ୍ୟକୁ ପରୋକ୍ଷରେ ସମର୍ଥନ ଜଣାଇଛନ୍ତି ଭକ୍ତଚରଣ ଦାସ ।  କେବଳ ଏତିକି ନୁହେଁ ପଶ୍ଚିମ ଓଡ଼ିଶାରେ ମିନି ରାଜଧାନୀ ହେଉ ବୋଲି ଦାବି କରିଛନ୍ତି । 

ସୂଚନାଯୋଗ୍ୟ ସପ୍ତଦଶ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହେବା ପରେ ଗତ ମେ ମାସରେ  କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଭକ୍ତଚରଣ ଦାସ ।