ବାଦ ବିବାଦ ପରେ ଆଜି ରିଲିଜ ହେଉଛି ଓଡ଼ିଆ ଫିଲ୍ମ”ଭାଇନା କଣ କଲା ସେ ‘

112

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବହୁ ବାଦ ବିବାଦ ପରେ ଆଜି ରିଲିଜ ହେଉଛି ଓଡ଼ିଆ ଫିଲ୍ମ“ଭାଇନା କଣ କଲା ସେ ‘। ଫିଲ୍ମ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି କୋର୍ଟ । ତେବେ ଆସନ୍ତା ୩ ତାରିଖରେ ଫିଲ୍ମର ନିର୍ଦେଶକ ସଂଜୟ ନାୟକ ଏନେଇ କୋର୍ଟରେ ତାଙ୍କ ପକ୍ଷ ରଖିବେ । ରିଲିଜର ଦିନକ ପୂର୍ବରୁ ବିବାଦରେ ଛନ୍ଦି ହୋଇପଡିଥିଲା ଓଲିଉଡର ଏହି ଚର୍ଚିତ ଫିଲ୍ମ । ଫିଲ୍ମରେ ଓଲିଉଡ୍ କମେଡିଆନ୍ ପପୁ ପମପମଙ୍କ ବ୍ୟକ୍ତିଗତ କାହାଣୀ ଓ ଅତ୍ୟଧିକ ଅଶ୍ଲୀଳ ସିନ୍ ଥିବା ଅଭିଯୋଗ କରି ରିଲିଜ୍ ଉପରେ ରୋକ ଲଗାଇବାକୁ କୋର୍ଟରେ ମାମଲା ଦାୟର କରିଥିଲେ ଆବେଦନକାରୀ ।