ଭଦ୍ରକ ଲୁଙ୍ଗା ଗାଁରେ ରଜ ଭଷାଣୀକୁ ନେଇ ଉତ୍ତେଜନା : ଗାଁ ଦାଣ୍ଡରେ ଆଇଆଇସିଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

32

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଲୁଙ୍ଗା ଗ୍ରାମରେ ରଜଭସାଣି ବେଳେ ଉତେଜନା ସୃଷ୍ଟି ହୋଇଛି । ଗାଁ ଦାଣ୍ଡ ମଝିରେ ଆଇଆଇସିକୁ ଗ୍ରାମବାସୀ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଲୋକଙ୍କ ମାଡରେ ଆଇଆଇସି ଗୁରୁତର ଆହତ ହୋଇଛନ୍ତି । ଉତ୍ୟକ୍ତ ଲୋକେ ପୋଲିସ ଗାଡି ଭଙ୍ଗାରୁଜା କରିଛନ୍ତି । ଏହି ଘଟଣାରେ ପୋଲିସ ୨୩ଜଣଙ୍କୁ ଗିରଫ କରିଛି । ଗତକାଲି ରାତିରେ ଲୁଙ୍ଗା ଗ୍ରାମରେ ରଜଉତ୍ସବ ଠାକୁର ଭସାଣି ବେଳେ ସେହି ଗ୍ରାମର କ୍ଷିତିଶ ସେଠୀଙ୍କ ୭ବର୍ଷର ଝିଅ ଡିଜେ ଗାଡି ବାଜି ଆହତ ହୋଇଥିଲେ । ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଚିଂଥିଲେ ବାସୁଦେବପୁର ଥାନା ଅଧିକାରୀ । ସେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିଲେ ।

ସୂଚନାଯୋଗ୍ୟ ଜଣେ ୭ ବର୍ଷର ନାବାଳିକା କୁମକୁମ ଭଷାଣୀ ଦେଖିବା ପାଇଁ ଯାଇଥିବା ବେଳେ ନାଚରେ ସାମିଲ ହୋଇଥିବା ଯୁବକଙ୍କ ମାଡ଼ରେ ଆହତ ହୋଇଥିଲେ । ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ତେେ ଏନେଇ ପରିବାର ସୂଚନା କ୍ରମେ ପୋଲିସ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଲେ । ତେବେ ଉତ୍ୟକ୍ତ ତନତା ତାଙ୍କୁ ମାଡ଼ ମାରିଥିଲେ ।