ଉପାନ୍ତ ଅଂଚଳର ଅନୁନ୍ନତ ଗାଁ ! ନା ଅଛି ବିଜୁଳିବତୀ ନା ଅଛି ପିଇବା ପାଣିର ସୁବିଧା, ଅନ୍ଧାରରେ ଦିନ କାଟୁଛନ୍ତି ଭଦ୍ରକର ତିଲଂଚି ଗ୍ରାମବାସୀ

47

କନକ ବ୍ୟୁରୋ : ଗାଁରେ ନା ଅଛି ବିଜୁଳିବତୀ ନା ଅଛି ପିଇବା ପାଣିର ସୁବିଧା । ଅନ୍ଧାରରେ ଗ୍ରାମବାସୀମାନେ ଜୀବନ କାଟୁଥିବାବେଳେ ସରକାରଙ୍କ ନଜରରେ ପଡିପାରୁନି ଗାଁର ସମସ୍ୟା । ବତୀ ଆଲୁଅରେ ପାଠ ପଢୁଛନ୍ତି ପିଲା । କେବଳ ପିଲାମାନେ ନୁହଁନ୍ତି ବରଂ ଗ୍ରାମବାସୀ ମାନେ ଅନ୍ଧାରରେ ଦୀର୍ଘ ବର୍ଷ ହେବ ଜୀବନ ବିତାଉଛନ୍ତି । ଇଏ କୈାଣସି ଉପାନ୍ତ ଅଂଚଳ ନୁହଁ ବରଂ ଇଏ ହେଉଛି ଉପକୁଳ ଅଂଚଳ ଭଦ୍ରକ ଚାନ୍ଦବାଲିର ତିଳଂଚି ଗାଁର କଥା । ଗାଁରେ ରାଜୀବଗାନ୍ଧୀ ଗ୍ରାମୀଣ ଜ୍ୟୋତି ଯୋଜନାରେ ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ଖୁଂଟଠାରୁ ଆରମ୍ଭ କରି ଟ୍ରାନସଫର୍ମରର ବ୍ୟବସ୍ଥା କରାଯାଇଛି । କିନ୍ତୁ ଗାଁରେ ଆଲୁଅ ଜଳିପାରୁନି ।

କେବଳ ବିଜୁଳୀ ନୁହଁ ବରଂ ଏହି ଗାଁରେ ରହିଛି ଏଭଳି ଆହୁରି ଅନେକ ସମସ୍ୟା । ପାଖାପାଖି ୧୦୦ ପରିବାର ପିଇବା ପାଣି ପାଇଁ ଗୋଟିଏ ମାତ୍ର ନଳକୁଅ ଉପରେ ହିଁ ଭରସା କରନ୍ତି । ସେଥିପାଇଁ ତ ପ୍ରତିଦିନ ଗାଁର ମହିଳାମାନେ ୩ କିମି ବାଟ ଚାଲନ୍ତି । ଏସଂପର୍କରେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଗ୍ରାମଂଚଳର ଉନ୍ନତି ପାଇଁ ଯୋଜନା କରୁଥିବା ସରକାରଙ୍କ ନଜର ବୋଧେ ତିଳଂଚି ଗାଁରେ ପଡିନି ।