ଅଶାନ୍ତ ଭଦ୍ରକରେ ୧୪୪ ଧାରା ଜାରି ! ଶାନ୍ତି କମିଟି ବୈଠକରୁ ବାହାରିଲାନି ନିଷ୍କର୍ଷ

18

କନକ ବ୍ୟୁରୋ : ପୁଣି ଅଶାନ୍ତ ହୋଇଉଠିଛି ଭଦ୍ରକ । ପରିସ୍ଥିତିକୁ ଆୟତ କରିବା ପାଇଁ ବସିଥିବା ଶାନ୍ତି କମିଟିରୁ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ନୂଆ ବଜାର ଛକରେ ପୁଲିସ ଗାଡି ଭଙ୍ଗାରୁଜା କରିବା ସହ ଦୋକାନ ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ଲୋକେ । ଭଦ୍ରକରେ ଏବେବି ୧୪୪ ଧାରା ବଳବତର ରହିଛି । ସୋସିଆଲ୍ ମିଡିଆରେ ରାମ, ସୀତା ଓ ହନୁମାନଙ୍କୁ ନେଇ ଆପତିଜନକ ପୋଷ୍ଟ ପରେ ଭଦ୍ରକରେ ଉତେଜନା ଲାଗିରହିଛି ।

ଆଜି ଜିଲ୍ଲାର ସମସ୍ତ ସ୍କୁଲ୍ , କଲେଜ୍ ବନ୍ଦ ରହିଛି । ଅତିରିକ୍ତ ଜିଲ୍ଲାପାଳ, ଦୁଇ ଉପଜିଲ୍ଲାପାଳ, ୪ ଜଣ ତହସିଲଦାର ଏବଂ ୪ ଜଣ ମାଜିଷ୍ଟେଟ୍ ସ୍ଥିତି ଉପରେ ନଜର ରଖିଛନ୍ତି । ସୋସିଆଲ ମିଡିଆରେ ରାମ ଓ ସୀତାଙ୍କୁ ଅଶ୍ଳିଳ କଂମେଟକୁ ନେଇ ଏହି ଉତେଜନା ଆରମ୍ଭ ହୋଇଥିଲା । ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦର କର୍ମୀମାନେ ଏହାର ତୀବ୍ର ବିରୋଧ କରିଥିଲେ ।

ପ୍ରଥମେ ସହରର କଲେଜ ଛକ ଏବଂ ପରେ ୫ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଭଦ୍ରକ ଟାଉନ ଥାନାକୁ ବି ଘେରିଥିଲେ ପ୍ରତିବାଦକାରୀ । ପରେ ସହରରେ ୧୪୪ ଧାରା ଜାରି ହୋଇଛି ।