ଭଦ୍ରକରେ ଆଜି ବି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ! ଏଯାଏଁ ଗିରଫ ହେଲେଣି ୧୭୦ ଜଣ

25

କନକ ବ୍ୟୁରୋ : ଭଦ୍ରକ ଦଙ୍ଗା ଘଟଣାରେ ବିଜେଡି କାଉନସିଲରଙ୍କୁ ଗିରଫ କରିଛି ପୋଲିସ । ଭଦ୍ରକ ୧୫ ନମ୍ବର ୱାର୍ଡର କାଉନସିଲର ଶୁଭଙ୍କର ମହାପାତ୍ରଙ୍କୁ ଦଙ୍ଗା ସୃଷ୍ଟି କରିବା ଅଭିଯୋଗରେ ଗିରଫ କରାଯାଇଛି । ଏହା ସହ ଭଦ୍ରକ ଦଙ୍ଗା ଘଟଣାରେ ଗିରଫଦାରୀ ସଂଖ୍ୟା ୧୭୦ରେ ପହଁଚିଛି । ଗତ ୬ ଓ ୭ତାରିଖ ଦିନ ଭଦ୍ରକରେ ଜଳିଥିବା ଅଶାନ୍ତିର ନିଆଁରେ ବହୁ ସମ୍ପତି ନଷ୍ଟ ହୋଇଥିଲା ।

ଏହା ପଛରେ କିଛି ରାଜନେତା ଓ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିଲା । ଏନେଇ ରାଜନୈତିକ ଦଳ ମାନେ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରଖିଥିଲେ ।