ଶ୍ରୀରାମନବମୀ ନେଇ ଭଦ୍ରକରେ ପୁଲିସ ଛାଉଣୀ ! ପୁଣି ୧୪୪ ଧାରା ଜାରି,ଆସନ୍ତାକାଲି ଶୋଭାଯାତ୍ରା ପାଇଁ ମୁତୟନ ହେବେ ୪୬ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ

22

କନକ ବ୍ୟୁରୋ: ଆସନ୍ତାକାଲି ଶ୍ରୀରାମନବମୀ । ରାମନବମୀ ନେଇ ଭଦ୍ରକରେ ପୁଲିସ ଛାଉଣୀ ହୋଇରହିଥିବା ବେଳେ ପୁରା ସହରରେ ୧୪୪ ଧାରା ଜାରି ରହିଛି । ଆସନ୍ତାକାଲି ଅପରାହ୍ନରେ ନେହୁରଷ୍ଟାଡିୟମରୁ ନଗର ସଂକୀର୍ତନ ବାହାରି ଗାନ୍ଧି ପଡିଆରେ ପହଚିଂବ । ୧୦୦ରୁ ଅଧିକ ମେଢ ସୁସଜ୍ୱିତ ହୋଇ ଶୋଭାଯାତ୍ରାରେ ବାହାରିବେ । ହଜାର ହଜାର ଲୋକଙ୍କ ସମାଗମକୁ ଦୃଷ୍ଟିରେ ପାଖାପାଖି ୪୬ ଫ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ ।

ସେପଟେ ସୋସିଆଲ ମିଡିଆର ଯେପରି ଆପତିଜନକ ପୋଷ୍ଟ ନହୁଏ, ସେ ନେଇ ଆଜି କ୍ରାଇମବ୍ରାଂଚର ୫ ଜଣିଆ ଟିମ ଆସି ନଜର ରଖିବେ । ଗତକାଲି କଳସ ଶୋଭାଯାତ୍ରା ପାଇଁ ଦିନ ଗୋଟାଏରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୪୪ ଧାରା କୋହଳ କରାଯାଇଥିଲା । ଗତବର୍ଷ ଏପ୍ରିଲ ମାସରେ ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ପୋଷ୍ଟକୁ ନେଇ ଉତେଜନା ଦେଖାଦେଇଥିଲା ।