ଧିରେ ଧିରେ ସୁଧୁରୁଛି ଭଦ୍ରକ ପରିସ୍ଥିତି : ସକାଳ ୮ଟାରୁ ୧୧ଟା ଯାଏଁ କର୍ଫ୍ୟୁ କୋହଳ

16

କନକ ବ୍ୟୁରୋ : ଧିରେ ଧିରେ ଭଦ୍ରକରେ ଶାନ୍ତି ଫେରୁଛି । ସକାଳ ୮ଟାରୁ ୧୧ଟା ଯାଏଁ କର୍ଫ୍ୟୁକୁ କୋହଳ କରାଯାଇଛି । ଲୋକେ ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀର କିଣିବା ପାଇଁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ଜଣାଇ ଦିଆଯାଇଛି । ଦୁଇ ଦିନ ଧରି ଘରୁ ବାହାରି ପାରୁନଥିଲେ ।

ପ୍ରଶାସନର ଘୋଷଣା ପରେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ବାହାରକୁ ବାହାରିଛନ୍ତି । ତେବେ ବଜାରରେ ଆବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖିବାକୁ ମିଳୁଛି । ଚଢା ଦରରେ ସାମଗ୍ରୀ ବିକ୍ରି ହେଉଥିବାରୁ ଲୋକେ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –