ସୁଧୁରୁଛି ଭଦ୍ରକ ପରିସ୍ଥିତି ! ସକାଳ ୬ଟା ରାତି ୮ଟା ଯାଏଁ ହଟିଲା କର୍ଫ୍ୟୁ,୧୯୫ ଜଣଙ୍କୁ ଗିରଫ କଲାଣି ପୋଲିସ

17

କନକ ବ୍ୟୁରୋ : ସୁଧୁରୁଛି ଭଦ୍ରକ ସ୍ଥିତି । ସହର ମଧ୍ୟରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ବେଳେ ପୋଲିସର ଚଢାଉ ଜାରି ରହିଛି । ହିଂସାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ପୋଲିସ ବର୍ତମାନ ସୁଦ୍ଧା ଏହି ଘଟଣାରେ ୧୯୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ସେପଟେ ଆଜି ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ କୋହଳ ହୋଇଛି କର୍ଫ୍ୟୁ ।