ଧିରେ ଧିରେ ସୁଧୁରୁଛି ଭଦ୍ରକ ପରିସ୍ଥିତି ! ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ କର୍ଫ୍ୟୁ କୋହଳ ନେଇ ଘୋଷଣା କଲା ଜିଲ୍ଲା ପ୍ରଶାସନ

24

କନକ ବ୍ୟୁରୋ : ଧିରେ ଧିରେ ଶାନ୍ତ ପଡୁଛି ଭଦ୍ରକ । ଗୋଷ୍ଠୀସଂଘର୍ଷର ୧୦ ଦିନ ପରେ ବି ପରିସ୍ଥିତି ସଂପୂର୍ଣ ସ୍ୱାଭାବିକ ହୋଇପାରିନି । ସକାଳ ୬ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ହିଂସା ନିୟନ୍ତ୍ରଣ ହୋଇ ଜନଜୀବନ ସ୍ୱାଭାବିକ ଅବସ୍ଥାକୁ ଫେରୁଥିଲେ ମଧ୍ୟ ରାତ୍ରୀକାଳୀନ ୧୨ ଘଂଟିଆ କର୍ଫ୍ୟୁ ଜାରି କରାଯାଇଛି । ଗତକାଲି ସନ୍ଧ୍ୟା ୬ଟାରୁ ଆଜି ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିଥିଲା ।

ଏହା ସହ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଆଜିସୁଦ୍ଧା ୧୬୫ ଜଣଙ୍କୁ ଗିରଫ କରିଛି । ସେପଟେ ହିଂସାକାଣ୍ଡ ଓ ପୋଡାଜଳାରେ ହୋଇଥିବା କ୍ଷୟକ୍ଷତିକୁ ଆକଳନ ଜାରି ରହିଛି । ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଥ୍ୟ ସଂଗ୍ରହ କରାଯାଉଛି ।