ଭଦ୍ରକର ଚରମ୍ପାରେ ଗାଡି ଚେକିଂ ବେଳେ ପଛକୁ ପଛ ପିଟି ହେଲା ୪ଟ୍ରକ ! ଆରଟିଓ କର୍ମଚାରୀଙ୍କ ସହ ୨ ମୃତ ଓ ୨ ଗୁରୁତର

35

କନକ ବ୍ୟୁରୋ : ଭଦ୍ରକରେ ସିରିଜ୍ ଦୁର୍ଘଟଣା । ଆରଟିଓ ଗାଡି ଚେକିଂ ବେଳେ ପଛକୁ ପଛ ପିଟିହେଲା ୪ଟି ଟ୍ରକ । ଚରମ୍ପା ଧାମରା ଓଭରବ୍ରିଜ୍ ନିକଟରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୨ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଆରଟିଓ କର୍ମଚାରୀ ଓ ଅନ୍ୟଜଣେ ହୋମଗାର୍ଡ ବୋଲି ଜଣା ପଡିଛି । ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କିପରି ଏଭଳି ସିରିଜ୍ ଦୁର୍ଘଟଣା ଘଟିଲା ତାର ଛାନଭିନ୍ ଆରମ୍ଭ କରିଛି ପୁଲିସ୍ ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଚରମ୍ପା ଛକରେ ଭଦ୍ରକ ଆରଟିଓଙ୍କ ପକ୍ଷରୁ ଗାଡ଼ି ଚେକିଂ କରାଯାଉଥିଲା ଆରଟିଓ ଅଫିସର କର୍ମଚାରୀମାନେ ଗାଡ଼ି ଅଟକାଇ କାଗଜପତ୍ର ତନଖି କରୁଥିଲେ । ଏହି ସମୟରେ ଗୋଟିଏ ଗାଡ଼ି ଦୃତଗତିରେ ଆସି ଆରଟିଓ ଅଫିସର ଜିପ୍ ଉପରେ ଚଢ଼ିଯାଇଥିଲା। ଏହି ସମୟରେ ପଛକୁ ପଛ ଆସୁଥିବା ଗାଡ଼ିଗୁଡ଼ିକ ପରସ୍ପର ସହିତ ବାଡେଇ ହୋଇଯିବାରୁ ଅନ୍ୟ ୨ଟି ଟ୍ରକ୍ର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଚରମ୍ପା ବଜାରରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଆରଟିଓ ଅଫିସର କର୍ମଚାରୀମାନେ ଘଟଣାସ୍ଥଳ ଛାଡ଼ି ଚାଲିଯାଇଛନ୍ତି ।