ଭଦ୍ରକରେ ୮ କୋଟିର ସରକାରୀ ଚାଉଳ ଲୁଟିଲେ ମିଲର ! ମିଲର ଓ ଜିଲ୍ଲା ଯୋଗାଣ ବିଭାଗର ମଧୁଚନ୍ଦ୍ରିକା ଅଭିଯୋଗ

60

କନକ ବ୍ୟୁରୋ : ସରକାରକା ମାଲ ଦରିଆ ମେଁ ଡାଲ ନୀତିରେ ଚାଲିଛି ଭଦ୍ରକର ଯୋଗାଣ ବିଭାଗ । ଏକଥା ଆମେ କହୁନୁ, ଲୋକଲୋଚନକୁ ଆସିଥିବା ଚାଉଳ ଦୁର୍ନୀତି, ଏହା ବୟାନ କରୁଛି । ଜିଲ୍ଲାରେ ୮ କୋଟିର ସରକାରୀ ଚାଉଳ ଆତ୍ମସାତ୍ କରିଛନ୍ତି ମିଲର । ଯେଉଁ ଖବର ଜଣାପଡିବା ପରେ ଆସନ୍ତାକାଲି ସୁଦ୍ଧା ଫେରାଇବା ପାଇଁ ମିଲରଙ୍କୁ ଡେଡଲାଇନ୍ ଦେଇଛି ଜିଲ୍ଲା ପ୍ରଶାସନ ।

ସରକାରୀ ଚାଉଳ ଦୁର୍ନୀତିକୁ ନେଇ ଚର୍ଚ୍ଚା ଭଦ୍ରକର ଯୋଗାଣ ବିଭାଗ । ୩ ବର୍ଷ ଧରି ଜିଲ୍ଲାରେ କ୍ରମାଗତ ଭାବେ ଚାଉଳ ସଂଗ୍ରହ କ୍ଷେତ୍ରରେ ଅନିୟମିତତା ସାମ୍ନାକୁ ଆସିଛି । ଆଉ ଏବେ ଯେଉଁ ଦୁର୍ନୀତି ସାମ୍ନାକୁ ଆସିଛି ତାହା ସାଙ୍ଘାତିକ । ଜିଲ୍ଲାର ୮ଜଣ ମିଲର ସରକାରୀ ଧନ ନେଇ ଦୀର୍ଘଦିନ ହେବ ଚାଉଳ ଫେରାଇ ନାହାନ୍ତି । ଜିଲ୍ଲା ଯୋଗାଣ ବିଭାଗ ଓ ମିଲରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ଦୁର୍ନୀତି ଚାଲିଥିବା ଅଭିଯୋଗ ହୋଇଛି । ମିଲର ଚାଉଳ ଫେରାଉ ନଥିବା ଖବର ଜଣାପଡିବା ପରେ ରାଜ୍ୟ ଯୋଗାଣ ନିଗମର ନିର୍ଦ୍ଦେଶକ ସଂପୃକ୍ତ ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସୁପାରିସ କରିଛନ୍ତି । ୮ କୋଟି ଟଙ୍କାର ଚାଉଳ ହେରଫେର୍ ନେଇ ତନାଘନା ପରେ ନଭେମ୍ବର ୩୦ ସୁଦ୍ଧା ଚାଉଳ ଫେରାଇାକୁ ମିଲରଙ୍କୁ ଡେଡଲାଇନ୍ ଦେଇଛି ପ୍ରଶାସନ ।

ସେପଟେ ନିଜ ସପକ୍ଷରେ ମତ ରଖିଛି ମିଲର ସଂଘ । ଆବଶ୍ୟକିୟ ଭିତ୍ତିିଭୂମି ଓ ଗୋଦାମ ଗୃହ ନଥିବାରୁ ଚାଉଳ ନଷ୍ଟ ହେଉଥିବାରୁ ଠିକ୍ ସମୟରେ ଚାଉଳ ଫେରାଇ ପାରୁନଥିବା କହିଛନ୍ତି ମିଲର ମାଲିକ ସଂଘର ସଂପାଦକ । ଅନକେ ସମୟରେ ଭଦ୍ରକ ଜିଲ୍ଲାର ବିଭିନ୍ନ ମିଲରେ ଚଢାଉ କରି ସରକାରୀ ଚାଉଳ ଜବତ କରିଛି ଯୋଗାଣ ବିଭାଗ ।