ରାସନ କାର୍ଡ ବିବାଦକୁ ନେଇ ହଙ୍ଗମା : ବିଧାୟକ ହଟହଟା

38

ଭଦ୍ରକ: ରାସନ କାର୍ଡ ଚୟନ ପ୍ରକ୍ରିୟାକୁ ନେଇ ଭଦ୍ରକ ମ୍ୟୁନିସିପାଲଟି କାର୍ଯ୍ୟାଳୟରେ ହଙ୍ଗାମା । ଭଦ୍ରକ ବିଧାୟକ, ମ୍ୟୁନିସିପାଲଟି ଅଧ୍ୟକ୍ଷଙ୍କ ସମେତ ନିର୍ବାହୀ ଅଧିକାରୀଙ୍କୁ ଦେଢ ଘଂଟା ଧରି ଅଟକ ରଖିଲେ ହିତାଧିକାରୀ । ଭଦ୍ରକ ପୌରପାଳିକା କାର୍ଯ୍ୟାଳୟରେ  ଆଜି ଟିଏଲସି ବୈଠକ ଚାଲିଥିଲା । ଏଥିରେ ବିଧାୟକ ଯୁଗଳ ପଟ୍ଟନାୟକ, ମ୍ୟୁନିସିପାଲଟି ଚେୟାରମ୍ୟାନ୍, କାଉନସିଲର ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ ବୈଠକ ଚାଲିଥିବା ବେଳେ ହଠାତ ଖାଉଟି କାର୍ଡରୁ ବଂଚିତ  ହିତାଧିକାରୀମାନେ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ପଡି କାର୍ଡ ପାଇଁ ଦାବୀ କରିଥିଲେ ।  ଏହାକୁ ନେଇ ବୈଠକରେ ଜୋରଦାର ହଙ୍ଗାମା ହୋଇଥିଲା । ହିତାଧିକାରୀମାନେ ବିଧାୟକ ଯୁଗଳ ପଟ୍ଟନାୟକଙ୍କ ସମେତ ମୁ୍ୟନିସପାଲଟି ଚେୟାରମାନକୁ ଘେରିିଥିଲେ । ପାଖାପାଖି ଦେଢ ଘଂଟା ଧରି ତାଙ୍କୁ ଅଟକ ରଖିଥିଲେ । ଘେଟଣାକୁ ନେଇ କାର୍ଯ୍ୟାଳୟ ପରିସରରେ ୨ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ବିଧାୟକ ଯୁଗଳ ପଟ୍ଟନାୟକ ଗୁଣ୍ଡା ଲଗାଇ ମାଡ ମାରିଥିବା କାଉନସିଲରମାନେ ଅଭିଯୋଗ କରିଛନ୍ତି ।