ବିପଦସଙ୍କୁଳ ଅବସ୍ଥାରେ ଭଦ୍ରକ ରେଲୱେ ଫୁଟ ଓଭରବ୍ରିଜ୍ ! ଶ୍ରଦ୍ଧାଳୁଙ୍କ ଯା’ଆସ ଉପରେ ଲାଗିବ କଟକଣା

31

କନକ ବ୍ୟୁରୋ : ଆଗକୁ ଆସୁଛି କାଳୀପୂଜା । ଏଥିପାଇଁ ଭଦ୍ରକରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲିକ୍ଷିତ ହେବ । ତେବେ ଏହା ପୂର୍ବରୁ ଭଦ୍ରକ ରେଲୱେ ଓଭରବ୍ରିଜର ଅବସ୍ଥା କିପରି ଅଛି ସେ ନେଇ କନକ ନ୍ୟୁଜ କରିଥିଲା ରିଆଲିଟି ଚେକ୍ । ରିଆଲିଟି ଚେକରେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଦକ୍ଷିଣ-ପୂର୍ବ ରେଳପଥ ଅଧୀନ ଭଦ୍ରକ ରେଲୱେ ଫୁଟ ଓଭର ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଯାହାକୁ ନେଇ ଚିନ୍ତାରେ ପଡିଛି ରେଳ ବିଭାଗ ।

ବ୍ରିଟିଶ ଅମଳରେ ନିର୍ମିତ ଏହି ଫୁଟ ଓଭର ବ୍ରିଜ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । କେଉଁଠି ଲୁହା ରଡ ବାହାରି ଗଲାଣି ପୁଣି କେଉଁଠି ସିମେଂଟ ଛାଡି ଗଲାଣି । କାଳୀପୂଜା ସମୟରେ ଏହି ଓଭରବ୍ରିଜ ଦେଇ ଯିବେ ହଜାର ହଜାର ଶ୍ରଦ୍ଧାଳୁ । ଫୁଟ ଓଭରବ୍ରିଜ ଦୁର୍ବଳ ଥିବାରୁ ଅଘଟଣ ଆଶଙ୍କା, ରହିଛି ତେଣୁ ଯାତ୍ରୀଙ୍କ ଉପରେ କଟକଣା ଲଗାଇବାକୁ ପ୍ରଶାସନ ନିଷ୍ପତି ନେଇଛି । ବ୍ରିଜ ମରାମତି ପାଇଁ ଭଦ୍ରକ ଷ୍ଟେସନ ମ୍ୟାନେଜର ଡିଭିଜନ ଅଧିକାରୀଙ୍କୁ ଜଣାଇଛନ୍ତି । ବିଭାଗୀୟ କମିସନ ଆସି ବ୍ରିଜର ଅନୁଧ୍ୟାନ କରି ଫେରିଥିବା ସୂଚନା ମିଳିଛି ।

ଗତ କିଛିଦିନ ପୂର୍ବେ ମୁମ୍ବାଇରେ ଫୁଟ ଓଭରବ୍ରିଜ ଉପରେ ଅଘଟଣ ଘଟି ପ୍ରାୟ ୨୨ ଜଣଙ୍କ ଜୀବନ ଚାଲି ଯାଇଥିଲା । ତେଣୁ ଆଗକୁ ଆସୁଥିବା କାଳୀପୂଜାରେ ଯେପରି କୌଣସି ଅଘଟଣ ନ ଘଟେ ସେଥିପ୍ରତି ରାଜ୍ୟ ସରକାର ଯତ୍ନବାନ ହେବା ଆବଶ୍ୟକ ।