ଭଦ୍ରକରେ ମହରମ୍ ଶୋଭାଯାତ୍ରା ଉପରେ ଲାଗିଲା କଟକଣା : ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ

22

କନକ ବ୍ୟୁରୋ : ଆଜି ମହରମ୍ । ଏଥର ଭଦ୍ରକ ସହରରେ ମହରମ ଶୋଭାଯାତ୍ରା ଉପରେ ଲାଗିଛି କଟକଣା । ସହରରେ ଉତ୍ତେଜନା ଥିବାରୁ ଶୋଭାଯାତ୍ରା ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଂକା କରି ଏହି କଟକଣା ଲଗାଯାଇଛି । ଏଥର ମହରମ ଶୋଭାଯାତ୍ରା ଭଦ୍ରକରେ ବାହାରିବ ନାହିଁ ।

ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକର ବିଭିନ୍ନ ସ୍ଥାନରେ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୪ ଜଣ ଡିଏସପି ଓ ୨ ଜଣ ଆଡିସନାଲ ଏସପି ଏବଂ ୧୧ ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ଏହାଛଡା ଉଚ୍ଚ ଅଧିକାରୀମାନେ ପୁରା ଘଟଣା ଉପରେ ନଜର ରଖିବା ସହ ସୁରକ୍ଷାର ତଦାରଖ କରିବେ ବୋଲି ସୂଚନା ମିଳିଛି ।