ଭଦ୍ରକ: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଦୁଇଜଣ ଅଭିଯୁକ୍ତ ଗିରଫ

23

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲା ବାସୁଦେବପୁର ଗୁଡାଗଡିଆ ଗ୍ରାମରେ ଜଣେ ନାବାଳିକାକୁ ଦୁଇ ଜଣ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଏହି ଗାଁର ବୃନ୍ଦାବନ ମଲିକ ଓ କାହ୍ନୁ ମଲିକ । ସୋମବାର ଦିନ ଏହି ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ସେପଟେ ପୀଡିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।