ଆରଡିସିଙ୍କୁ ଭଦ୍ରକ ହିଂସାର ରିପୋର୍ଟ ଦେଲେ ଜିଲ୍ଲାପାଳ : କହିଲେ, ୯ କୋଟି ଟଙ୍କାର ହୋଇଛି କ୍ଷତି

16

କନକ ବ୍ୟୁରୋ : ସୁଧୁରୁଛି ଭଦ୍ରକ ସ୍ଥିତି । ସହର ମଧ୍ୟରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ବେଳେ ପୋଲିସର ଚଢାଉ ଜାରି ରହିଛି । ହିଂସାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ପୋଲିସ ବର୍ତମାନ ସୁଦ୍ଧା ଏହି ଘଟଣାରେ ୧୯୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଆଜି ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ କୋହଳ ହୋଇଛି କର୍ଫ୍ୟୁ । ସେପଟେ ଭଦ୍ରକ ହିଂସାକାଣ୍ଡ ଘଟଣାରେ କେନ୍ଦ୍ରାଂଚଳ ଆରଡିସିଙ୍କୁ କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରିଛନ୍ତି ଭଦ୍ରକ ଜିଲ୍ଲାପାଳ । ୯ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । ୪୫୦ଟି ବ୍ୟବସାୟିକ ପ୍ରତିଷ୍ଠାନ ଓ ୧୦ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।