ଭଦ୍ରକ ସାଂସଦ ଅର୍ଜୁନ ସେଠୀଙ୍କ ବିସ୍ଫୋରକ ବୟାନ : ଭଦ୍ରକ ଦଙ୍ଗା ପାଇଁ ଅଫିସରଙ୍କୁ କଲେ ଦାୟୀ

24

କନକ ବ୍ୟୁରୋ : ଭଦ୍ରକର ଦଙ୍ଗା ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ଭଦ୍ରକ ସାଂସଦ ଅର୍ଜୁନ ସେଠୀ । ଏଥିପାଇଁ ଅଫିସରଙ୍କୁ ଦାୟୀ  କରିଛନ୍ତି ସାଂସଦ । ଏହାସହ ସେ ସ୍ଥାନୀୟ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କୁ ମଧ୍ୟ ପରୋକ୍ଷରେ ଦାୟୀ କରିଛନ୍ତି । ବିଧାୟକଙ୍କ ସମର୍ଥକମାନେ ଶାନ୍ତି କମିଟିରେ ଥିବା ବେଳେ ସେମାନଙ୍କ ମଧ୍ୟରୁ କେତେ ଜଣ ପାକିସ୍ତାନ ଜିନ୍ଦାବାଦ୍ ନାରା ଦେଇଥିବା ଅର୍ଜୁନ ସେଠୀ କହିଛନ୍ତି ।

ଏନେଇ ସେ ଆଜି ଦିଲ୍ଲୀରେ ସଂସଦୀୟ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ତେବେ ଏହି ଘଟଣାରେ ଦୋଷୀ ପାଇଲେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସାଂସଦ ଅର୍ଜୁନ ସେଠୀ କହିଛନ୍ତି ।