ଭଦ୍ରକ ଧାମରା ବନ୍ଦରରେ କୋଇଲା ଧସି ୫ ଶ୍ରମିକ ମୃତ ! ମୁଖ୍ୟ ଗେଟରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ

34

କନକ ବ୍ୟୁରୋ : ସ୍ୱାଧୀନତା ଦିବସରେ ଅଘଟଣ । ଭଦ୍ରକ ଧାମରା ବନ୍ଦରରେ କୋଇଲା ଗଦା ଧସି ୫ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ନିଖୋଜ ଅଛନ୍ତି  । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଘଟଣାକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ଧାମରା ବନ୍ଦର କର୍ତ୍ତୃପକ୍ଷ ଦୁର୍ଘଟଣା ପରେ ବନ୍ଦରର ମୁଖ୍ୟ ଦ୍ୱାରରେ ତାଲା ପକାଇ ଦେଇଥିଲେ । ତେବେ ଗେଟ୍ ନିକଟରେ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ଶ୍ରମିକ । ଘଟଣାସ୍ଥଳରେ ଚାନ୍ଦବାଲି ପୁଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ବନ୍ଦର ମଧ୍ୟରେ ଜମା ହୋଇଥିବା କୋଇଲା ଗଦା ନିକଟରେ କିଛି ଶ୍ରମିକ କାର୍ଯ୍ୟ କରୁଥିଲେ । ଏହି ସମୟରେ କୋଇଲା ଧସିବା ଆରମ୍ଭ ହୋଇଥିଲା । ଫଳରେ ଶ୍ରମକମାନେ କୋଇଲା ତଳେ ଚାପି ହୋଇଯାଇଥିଲେ । ଘଟଣା ଜଣାପଡିବା ପରେ କର୍ତ୍ତୃପକ୍ଷ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେଠାରୁ ୫ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଆଉ କିଛି ଶ୍ରମିକ ଏବେ ସୁଧା କୋଇଲା ଗଦା ତଳେ ଚାପି ହୋଇ ରହିଛନ୍ତି । ତେଣୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି ।