ମଝି ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ । ଅଳ୍ପକେ ବର୍ତିଲେ ୫୦ରୁ ଅଧିକ ଯାତ୍ରୀ

486

କନକ ବ୍ୟୁରୋ : ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟିଲା ବସ୍ । ଅଳ୍ପକେ ବର୍ତିଲେ ୫୦ରୁ ଉର୍ଦ୍ଧ ଯାତ୍ରୀ । ଏଥିରେ ଦୁଇ ଜଣ ସାମନ୍ୟ ଆହତ ହୋଇଥିବା ଜଣାପଡିଛି । ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ନେଉଳିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ୫୦ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ବସଟି ବାଲେଶ୍ୱରରୁ କଟକ ଯାଉଥିବାବେଳେ ସୂଚନା ମିଳିଛି ।

ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ରାସ୍ତା କଡରେ ଥିବା ଏକ ବାଲିଗଦା ଉପରେ ବସ ଓଲଟିବାରୁ କୌଣସି କ୍ଷୟକ୍ଷତି ହୋଇନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଁଚି ସ୍ଥିତି ଅନୁଧ୍ୟାନ କରୁଛି ।