ଭଦ୍ରକ : ପୂର୍ବତନ କଂଗ୍ରେସ ସଭାପତି ସୁରେଶ ରାଉତଙ୍କ ଘରେ ବୋମାମାଡ଼

53

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ପୂର୍ବତନ କଂଗ୍ରେସ ସଭାପତି ସୁରେଶ ରାଉତଙ୍କ ଘରେ ବୋମାମାଡ଼ । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ ତାଙ୍କ ଘର ଉପରକୁ ବୋମାମାଡ କରିଛନ୍ତି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଗତମାସ ଫେବୃଆରି ୧୭ ରେ ସୁରେଶ ଦଳୀୟ କାର୍ଯ୍ୟସାରି ଭଦ୍ରକରୁ ଘରକୁ ଫେରୁଥିବାବେଳେ ପଳସା ଛକ ନିକଟରେ ବିଜେଡ଼ି ସମର୍ଥକ ମାନେ ବୋଲେରୋ ଚଢାଇ ତାଙ୍କୁ ଯୋଜନା ବଦ୍ଧଭାବେ ହତ୍ୟା କରିଥିଲେ । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର ବିଶ୍ୱାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବ ଶତୃତାକୁ କେନ୍ଦ୍ରକରି କେହି ଦୁର୍ବୃତ ସୁରେଶଙ୍କ ଘର ଉପରେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ତେବେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କରିଛି ।