ଭଦ୍ରକ ଚମ୍ପୁଆ ନିକଟରେ ଟ୍ରକ ଓ କାର ଧକ୍କା : ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ

76

କନକ ବ୍ୟୁରୋ : ଭଦ୍ରକରେ ଟ୍ରକ ଓ କାର ଧକ୍କା । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି । ପାଂଚ ନମ୍ବର ଜାତୀୟ ରାଜପଥରେ ଚରମ୍ପା ନିକଟରେ ରାତି ସାଢ଼େ ୧୧ଟାରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ ଭଦ୍ରକର ସେଂଟ ଜାଭିୟର ସ୍କୁଲ ଶିକ୍ଷକ ସତ୍ୟ ରଞ୍ଜନ ପତି ଓ ସେହି ସ୍କୁଲର ଦଶମ ଶ୍ରେଣୀର ଛାତ୍ର ସୋ÷ମ୍ୟ ମହାପାତ୍ର ।

ସତ୍ୟ ନିଜ ସୁଇଫ୍ଟ କାରରେ ସୋ÷ମ୍ୟଙ୍କ ସହ ଭଦ୍ରକରୁ ଫେରିବାବେଳେ ଏକ ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳର ଉଭୟଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଭଦ୍ରକ ପୁଲିସ ଘଟଣାସ୍ଥଳରେ ପହଁଚିଥିଲା । ଏବଂ ଦୁହିଁଙ୍କୁ ଉଦ୍ଧାର କରି ଭଦ୍ରକ ହସ୍ପିଟାଲରେ ଭର୍ତି କରିଥିଲା । ହେଲେ ସେତେବେଳକୁ ଦୁଇ ଜଣଙ୍କର ମୃତ୍ୟୁ ଘଟି ସାରିଥିଲା । ଏହି ଖବର ପ୍ରଚାର ହେବା ପରେ ଭଦ୍ରକ ମେଡିକାଲ ପରିସର ଲୋକାରଣ୍ୟ ହୋଇପଡିଥିଲା ।