୭ ବର୍ଷର ପ୍ରବଚିକା

161

୭ ବର୍ଷ ବୟସରେ ମୁଖସ୍ତ ଶ୍ରୀମଦ ଭଗବତ ଗୀତାର ପ୍ରତିଟି ଶ୍ଲୋକ । ସଂଖ୍ୟାଧିକ ଶ୍ରୋତାଙ୍କ ଆଗରେ ବସି ପ୍ରବଚନ ବି ଦେଉଛନ୍ତି । ପ୍ରତିଟି ଶ୍ଳୋକର ମର୍ମ ବୁଝାଇବାବେଳେ ମନ୍ତ୍ରମୁଗ୍ଧ ହୋଇଯାଉଛନ୍ତି ଜନତା । ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା କୁନି ପ୍ରବଚିକା ଭାବନା ପାଣ୍ଡେ ଛତିିଶଗଡରୁ ଆସି ସମ୍ବଲପୁର କ୍ଷେତରାଜପୁରରେ ଆୟୋଜିତ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ନିଜ ବାପା ଓ ଭାଇଙ୍କଠାରୁ ପ୍ରେରଣା ପାଇ ସେ ଭଗବତ ଗୀତାର ଶ୍ଳୋକଗୁଡିକୁ ମୁଖସ୍ତ କରିଛନ୍ତି ।

ଏତେ ଛୋଟ ବୟସରେ ଭଗବତ ଗୀତାର ଶ୍ଳୋକ ମନେରଖିବା ଓ ଏହାର ତତ୍ୱକୁ ଲୋକଙ୍କୁ ବୁଝାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କ ପ୍ରବଚନ ଶୁଣିବା ପାଇଁ ମଧ୍ୟ ଲୋକଙ୍କ ଶୁଅ ଛୁଟୁଛି । ତାଙ୍କ ପ୍ରବଚନ ଶୁଣି ଆଶ୍ଚର୍ଯ୍ୟ ହେବା ସହ ଆଗକୁ ସେ ଜଣେ ଭଲ ପ୍ରବଚିକା ହୋଇପରିବେ ବୋଲି କହିଛନ୍ତି ।

ସାଙ୍ଗସାଥୀଙ୍କ ସହ ଖେଳକୁଦରେ ତାଙ୍କର ରୁଚି ନଥିବା କହିଛନ୍ତି ଭାବନା । ପାଠପଢା ସହ ଭଗବତ ଗୀତା ପଢାପଢିରେ ସେ ଅଧିଂକାଶ ସମୟ ବିତାଇବାକୁ ଭଲ ପାଉଥିବା କହିଛନ୍ତି । ଏହା ସହ କୌଣସି ଶ୍ଳୋକର ଅର୍ଥ ବୁଝିନପାରିଲେ ବାପା କିମ୍ବା ଭାଇଙ୍କଠାରୁ ପଚାରି ବୁଝନ୍ତି ଭାବନା ।