ଧଉଳିରୁ ଖସି ପଡିଲା ପଶ୍ଚିମବଙ୍ଗରୁ ଆସିଥିବା ଟୁରିଷ୍ଟ ବସ୍ : ୩୦ରୁ ଅଧିକ ଆହତ,୧୧ ଜଣଙ୍କୁ କଟକ ସ୍ଥାନାନ୍ତର

16

କନକ ବ୍ୟୁରୋ :  ବସ ଦୁର୍ଘଟଣାରେ ଆହତ ହୋଇଥିବା ୩୦ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କ୍ୟାପିଟାଲ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଥିବା ବେଳେ ଏସସିବିରେ ଗୁରୁତର ୧୧ ଜଣଙ୍କ ଚିକିତ୍ସା ଚାଲିଛି । ଆହତଙ୍କୁ ସୁବିଧାରେ ଚିକିତ୍ସା ଯୋଗାଇଦେବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା କ୍ୟାପିଟାଲ ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି ।