ଅନଲାଇନ୍ ପାନକାର୍ଡ଼ ତିଆରି କରିବାପାଇଁ ଚାହୁଁଛନ୍ତି କି ? ସାବଧାନ . . ଠକାମିର ଶିକାର ହୋଇପାରନ୍ତି

60

ଆଜିକାଲି ପ୍ରାୟ ଲୋକ ସବୁକାମ ଅନଲାଇନରେ କରୁଛନ୍ତି । ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ତେବେ ଆପଣଙ୍କୁ ପାନ୍ କାର୍ଡ଼ ଓ ତା’ ସହ ଜଡ଼ିତ କୌଣସି ପରିବର୍ତ୍ତନ କରିବା ସମୟରେ ସାବଧାନ ହେବା ନିହାତି ଜରୁରୀ । ସାଇବର ଠକେଇ ତଥା ସାଇବର ଆକ୍ରମଣକୁ ଦୃଷ୍ଟିରେ ରଖି ଆୟକର ବିଭାଗ ଏହାକୁ ନେଇ ଚେତାଇ ଦେଇଛନ୍ତି । ଯଦି ଆପଣ ଅନଲାଇନ ପାନକାର୍ଡ଼ ତିଆରି କରିବା ପାଇଁ ଚାହୁଁଛନ୍ତି, କୌଣସି ପ୍ରକାର ପରିବର୍ତ୍ତନ ପାଇଁ ଅନଲାଇନ୍ ଆବେଦନ କରୁଛନ୍ତି ତେବେ ଆୟକର ବିଭାଗର ସୂଚନା ଜାଣିବା ନିହାତି ଜରୁରୀ ।

laptop

 

ଆୟକର ବିଭାଗ ନିକଟରେ ଏକ ସୂଚନା ଜାରି କରିଛନ୍ତି । ଏଥିରେ କୁହାଯାଇଛି ପାନକାର୍ଡ଼ ତିଆରି କରିବାର ଦାୟିତ୍ୱ କେବଳ ଦୁଇଟି ସଂସ୍ଥାନକୁ ଦିଆଯାଇଛି । ଏଥିରେ ଗୋଟିଏ ହେଲା NSDL ଇ-ଗର୍ଭନାନ୍ସ ଇନଫ୍ରାଷ୍ଟକଚର ଲିମିଟେଡ଼୍ (NSDL e-Gov) ଏବଂ ଅନ୍ୟଟି ହେଲା ୟୁଟିଆଇ ଇନଫ୍ରାଷ୍ଟକଚର ଟେକ୍ନୋଲେଜି ସର୍ଭିସେସ୍ ଲିମିଟେଡ଼୍ । ପାନକାର୍ଡ଼ ସହ ଜଡ଼ିତ କୌଣସି ପରିବର୍ତ୍ତନ କରିବା ପାଇଁ ଏହି ଦୁଇଟି ସହସ୍ଥାନକୁ ଚୟନ କରାଯାଇଛି ବୋଲି ଆୟକର ବିଭାଗ ସ୍ପଷ୍ଟ କରିଛି । ଏହା ବ୍ୟତୀତ କୌଣସି ତୃତୀୟ ସଂସ୍ଥାନ ୱେବସାଇଟ୍ ଜରିଆରେ ପାନକାର୍ଡ଼ ପାଇଁ ଆବେଦନ କରନ୍ତୁ ନାହିଁ ।

ଅନଲାଇନ୍ ପାନକାର୍ଡ଼ ସହ ଜଡ଼ିତ କାମ ଶେଷ କରିବା ପାଇଁ ଆପଣ ଏନଏସଡ଼ିଏଲର www.tin-nsdl.com କୁ ଯାଇପାରିବେ । ଏହା ବ୍ୟତୀତ ଆପଣ www.utiitsl.com ରେ ମଧ୍ୟ ପାନ କାର୍ଡ଼ ସହ ଜଡ଼ିତ କାମ ଶେଷ କରିପାରିବେ ।

ଆୟକର ବିଭାଗ ସ୍ପଷ୍ଟ କରିଛି ଆପଣ କୌଣସି ବି ୟୁଆରଏଲ ଜରିଆରେ ପାନକାର୍ଡ଼ ତିଆରି କରିବା ପାଇଁ ଯଦି ଆବଦେନ କରି ତା’ ପାଇଁ ଶୁଳ୍କ ଦେଉଛନ୍ତି, ତେବେ ସେଥିପାଇଁ ଦାୟୀ ରହିବେ କେବଳ ଆପଣ । ଏପରିସ୍ଥଳେ ଧ୍ୟାନ ରଖନ୍ତୁ, ଯେତବେଳେ ଆପଣ ନୂଆ ପାନକାର୍ଡ଼ ତିଆରି ପାଇଁ ଅନଲାଇନ୍ ଆବେଦନ କଲେ କିମ୍ବା ଏଥିସହ ଜଡ଼ିତ କୌଣସି ଅପଡ଼େଟ୍ କରିବା ପାଇଁ ଚାହୁଁଛନ୍ତି, ତେବେ ଏଥିପାଇଁ ଉପରୋକ୍ତ ଦୁଇଟି ୟୁଆରଏଲରେ କାମ କରନ୍ତୁ ।  ପାନକାର୍ଡ଼ ଆବେଦନ ସମୟରେ କୌଣସି ପ୍ରକାର ଅନଧିକୃତ ୱେବସାଇଟ୍ କିମ୍ବା ୟୁଆରଏଲରେ ପାନକାର୍ଡ଼ ସହ ଜଡ଼ିତ କାମ କରନ୍ତୁ ନାହିଁ । ଏପରି କଲେ ଆପଣଙ୍କୁ ଭବିଷ୍ୟତରେ ଅସୁବିଧା ଭୋଗିବା ପାଇଁ ପଡ଼ିପାରେ ।