ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା: ଆସନ୍ତାକାଲି ଓଡ଼ିଶା ଛୁଇଁବ ମୌସୁମୀ ।

322

କନକ ବ୍ୟୁରୋ: ଆସନ୍ତାକାଲି ଓଡିଶା ଛୁଇଁବ ମୌସୁମୀ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଫରୁ ସୂଚନା ମିଳିଛି । ତେବେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ଦେଖିବାକୁ ମିଳିଛି । ଅନ୍ୟପଟେ ଆସନ୍ତାକାଲି ମୌସୁମୀ ଓଡ଼ିଶାକୁ ଛୁଇଁଲେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶ।। ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ବିଶେଷ କରି ପୁରୀ , ଗଂଜାମ, ଖୋର୍ଦ୍ଧା, ଜଗତସିଂହପୁରରେ ଅଧିକ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ତେବେ ବର୍ତ୍ତମାନ ସୁଦ୍ଧା ଗଂଜାମ ଦିଗପହଣ୍ଡିରେ ସର୍ବାଧିକ ବର୍ଷା ୨୫ ମିଲି ମିଟର ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଫରୁ ସୂଚନା ଦିଆଯାଇଛି । ସେପଟେ ବର୍ଷା ଯୋଗୁଁ ତାତିରୁ ନିସ୍ତାର ମିଳିଛି । ରାଜ୍ୟରେ ଆରମ୍ଭ ହୋଇଛି ପ୍ରାକ୍ ମୌସୁମୀ ବର୍ଷା । ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ଦେଖିବାକୁ ମିଳିଛି ।