ପାର୍ଟ ଟାଇମ କାମକରି କରନ୍ତୁ ରୋଜଗାର ! କିଛି ଘଂଟାରେ ହିଁ କରିପାରିବେ ଅଧିକ ଆୟ

31

ଅନେକ ପିଲା ଅଛନ୍ତି ଯେଉଁମାନେ ବ୍ୟବସାୟିକ ଶିକ୍ଷା ଉପରେ ଟଙ୍କା ଖର୍ଚ୍ଚ କରିପାରନ୍ତି ନାହିଁ । ଆଉ ଏଥିପାଇଁ ଅଧାରେ ପାଠ ଛାଡ଼ିବା ପାଇଁ ପଡ଼େ । ଘରର ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଳ୍ପ ବୟସରୁ ହିଁ ସେମାନଙ୍କୁ କାମ କରିବା ପାଇଁ ପଡ଼େ । ଯଦି ସେମାନଙ୍କ ମଧ୍ୟରୁ ଆପଣ ତେବେ ନିରାଶ ହୁଅନ୍ତୁ ନାହିଁ । ଆଜିକା ସମୟରେ ଏପରି ଅନେକ ପନ୍ଥା ଅଛି ଯଦ୍ୱାରା ଆପଣ ମୋଟା ଅଙ୍କର ରୋଜଗାର କରିପାରିବେ ।

– ରବିବାର ତଥା ଛୁଟି ଦିନରେ ଆପଣ ପାର୍ଟ ଟାଇମ କାମ କରି ଟଙ୍କା ରୋଜଗାର କରିପାରିବେ । ଯେପିରି ପିଲାଙ୍କୁ ଟ୍ୟୁସନ ପଢ଼ାଇବା । ସବୁଠାରୁ ଉପଯକ୍ତ ତଥା ସୁବିଧାଜନକ ହେଲା ଏହି କାମ । ଟ୍ୟୁସନ ପଢ଼ାଇବା ପରେ ଆୟ କରିବା ସହ ଆପଣ ଜ୍ଞାନ ମଧ୍ୟ ବଢ଼ାଇପାରିବେ ।

– ହୋଟେଲ କିମ୍ବା କୌଣସି କମ୍ପାନୀର ରିସେପ୍ସନ ବସି ଫୋନର କଲର ଜବାବ ଦିଅନ୍ତୁ । ଏହି କାମ ଟିକେ ବୋରିଂ ହୋଇପାରେ କିନ୍ତୁ ଏଥିରେ ଆପଣ ଭଲ ରୋଜଗାର କରିପାରିବେ । ଆପଣ ନିଜ ମନପସନ୍ଦର କମ୍ପାନୀରେ ଏନେଇ ଆବେଦନ କରପାରିବେ । ୫ରୁ ୭ ଘଂଟା ସିପ୍ଟ ପାଇଁ ୬୦୦୦-୧୨୦୦୦ ପର୍ଯ୍ୟନ୍ତ ଟଙ୍କା ମିଳିପାରିବ ।

– ଯଦି ଅପାଣ ଇଣ୍ଟରମିଡ଼େିଏଟ୍ର ଛାତ୍ର, ତେବେ ଆପଣ କମ୍ପ୍ୟୁଟର ଟାଇପିଙ୍ଗ୍ ଓ ସର୍ଭେ ପରି ମଧ୍ୟ କାମ କରିପାରିବେ । ଏଥିରେ ମଧ୍ୟ ଆପଣ ଭଲ ଆୟ କରିପାରିବେ ।

– ଏହା ବ୍ୟତୀତ ଅନେକ ଲୋକ ନିଜ ବ୍ୟବସାୟ ସମ୍ମନ୍ଧିତ, ଥେସିସ ଆଦି ପାଇଁ ଟାଇପ କରାନ୍ତି । ଯାହା ଅପାଣ ନିଜ ଘରେ ମଧ୍ୟ ରହି ରୋଜଗାର କରିପାରିବେ ।

– କଫି ସପରେ ପାର୍ଟ ଟାଇମ କରିବା ଆଜିକାଲି ଷ୍ଟୁଡ଼େଣ୍ଟ ପ୍ରଥମ ପସନ୍ଦ । ସାରା ଦେଶରେ ଅନେକ କ୍ୟାଫେ ରହିଛି ଯେଉଁଠି ୫ରୁ ୬ ଘଂଟା କାମ କରି ୬୦୦୦-୧୩୦୦୦ ପର୍ଯ୍ୟନ୍ତ ଆୟ କରିପାରୁଛନ୍ତି । କିଛି ସ୍ଥାନରେ ମାଗଣା କଫି ଓ ଖାଦ୍ୟ ମଧ୍ୟ ଦିଆଯାଏ ।