ସଫଳ ପଂଚାୟତକୁ ଶ୍ରେଷ୍ଠ ସମ୍ମାନ ! ସରକାରୀ ଯୋଜନାର ସଫଳ ରୂପାୟନ କରି ପୁରସ୍କୃତ ହେଲା ଜଗତସିଂହପୁର ରମ୍ଭାଦେଇପୁର ପଂଚାୟତ ।

114

କନକ ବ୍ୟୁରୋ : ରାଜ୍ୟ ସରକରଙ୍କ ସମସ୍ତ ଯୋଜନାର ସଫଳ ରୁପାୟନ କରିଥିବା ପଂଚାୟତ ହୋଇଛି ପୁରସ୍କୃତ । ଆମ ଗାଁ ଆମ ବିକାଶ ଓ ପିଠା କାର୍ଯ୍ୟକ୍ରମରେ ସଫଳତା ପାଇଁ ଜଗତସିଂହପୁର ସଦର ବ୍ଲକ ରମ୍ଭାଦେଇପୁର ଗ୍ରାମ ପଂଚାୟତ ରାଜ୍ୟ ସରକାରଙ୍କ ଠାରୁ ୫ଲକ୍ଷ ଟଙ୍କା ପୁରସ୍କାର ପାଇଛି । ଏହି ପୁରସ୍କାର ପାଇଁ ପଞ୍ଚାୟତ ବାସୀ ଓ ସରପଂଚ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେପଟେ ରମ୍ଭାଦେଇପୁର ପଂଚାୟତ ଅନ୍ୟ ପଂଚାୟତ ପାଇଁ ଆଦର୍ଶ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସଫଳ ପଞ୍ଚାୟତକୁ ଶ୍ରେଷ୍ଠ ସମ୍ମାନ । ୫ ଲକ୍ଷର ପୁରସ୍କାର ଦେଲେ ରାଜ୍ୟ ସରକାର । ଏମିତି ଏକ ପଂଚାୟତ ରହିଛି ଜଗତସିଂହପୁର ଜିଲ୍ଲାରେ । ସରକାରଙ୍କ ସମସ୍ତ ଉନ୍ନୟନ ମୂଳକ ଯୋଜନାର ସଫଳ ରୁପାୟନ କରିଛି ସଦର ବ୍ଲକ ରମ୍ବାଦେଇପୁର ପଂଚାୟତ । ସରକାରୀ ଆର୍ଥିକ ଅନୁଦାନକୁ ସଠିକ ବିନିଯୋଗ କରି ନିଜ ଅଂଚଳର ଉନ୍ନତି କରିପାରିଛି ଏହି ପଂଚାୟତ ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ପିଠା କାର୍ଯ୍ୟକ୍ରମକୁ ସଫଳ କରିଛି ଏହି ପଂଚାୟତ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଛି ୨୫ ଲକ୍ଷ ଟଙ୍କାର ଅନୁଦାନ । ରମ୍ବାଦେଇପୁର ପଂଚାୟତ ରାସ୍ତା ଘାଟ, ପାନୀୟ ଜଳ, ଅଙ୍ଗନୱାଡି କେନ୍ଦ୍ର, ରାସନ କାର୍ଡ ବଂଟନ, ବିଜୁ ପକ୍କା ଘର, ବିଭିନ୍ନ ଭତ୍ତା ପ୍ରଦାନ ହେଉ ବା କୃଷି କ୍ଷେତ୍ର, ସବୁଥିରେ ବେଶ ଆଗରେ । ତେଣୁ ରମ୍ଭାଦେଇପୁର ପଂଚାୟତକୁ ଶ୍ରେଷ୍ଠ ପଂଚାୟତ ପୁରସ୍କାର ପ୍ରଦାନ କରାଯାଇଛି । ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।

ରମ୍ଭାଦେଇପୁର ପଂଚାୟତ ବିବରଣୀ :

୧. ୨୦ଟି ୱାର୍ଡ ବିଶିଷ୍ଟ ଏହି ପଂଚାୟତର ଲୋକ ସଂଖ୍ୟା ପ୍ରାୟ ୫ ହଜାର ୪ ଶହ ।
୨. ପଂଚାୟତରେ ମିଶନ ଶକ୍ତି ଜରିଆରେ ୭୭ଟି ମହିଳା ସ୍ୱଂୟ ସହାୟିକ ଗୋଷ୍ଠୀ ଗଠନ କରାଯାଇଛି ।
୩. ୫୪ଟି ଏସଏଚଜି ଗ୍ରୁପକୁ ପିଠା କାର୍ଯ୍ୟକ୍ରମରେ ୧୫ ହଜାର ଟଙ୍କା ଲେଖାଁଏ ସିଡ୍ ମନି ପ୍ରଦାନ କରାଯାଇଛି ।
୪. ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୨୫ ଲକ୍ଷ ଟଙ୍କାର ଅନୁଦାନ ମିଳିଛି ।
୫. ଏହି ଟଙ୍କାକୁ ପଂଚାୟତର ୮ଟି ରାଜସ୍ୱ ଗ୍ରାମକୁ ବଂଟନ କରାଯାଇଛି ।

ସରକାରଙ୍କ ସମସ୍ତ ଆର୍ଥିକ ଅନୁଦାନ ସଠିକ ବିନିଯୋଗ କରିବାରେ ସ୍ଥାନୀୟ ସରପଂଚ ସଫଳ ହୋଇଛନ୍ତି । ତେଣୁ ଏହି ପଞ୍ଚାୟତ ଆଗାମୀ ଦିନରେ ଅନ୍ୟ ପଂଚାୟତ ପାଇଁ ଏକ ଆର୍ଦଶ ପଂଚାୟତ ହେବ ବୋଲି ବ୍ଲକ ପ୍ରଶାସନ କହିଛି ।