ମଦର୍ସ ଡେ ସ୍ପେଶାଲ: ଏଥର ମଦର୍ସ ଡେରେ ଦିଅନ୍ତୁ ମା’ଙ୍କୁ କିଛି ନିଆରା ଉପହାର ।

110

ମା’ ସେ ଯାହା ପାଟିରୁୁ କେବେ ଛୁଆମାନଙ୍କ ପାଇଁ ଅଭିଶାପ ବାହାରି ନଥାଏ ଏବଂ ନା କେବେ ସେ ନିଜ ଛୁଆର ଅମଙ୍ଗଳ ପାଇଁ ଚିନ୍ତା କରେ । ମା’ କେବଳ ଏକ ଶବ୍ଦ ନୁହେଁ ମାତ୍ର ଏକ ବିଶ୍ୱାସ, ଏକ ଅନୁଭବ ଏବଂ ଏକ ପବିତ୍ର ବନ୍ଧନ ଅଟେ । ମା ଶବ୍ଦରେ ଅନେକ ଭଲ ପାଇବା ଲୁଚି ରହିଥାଏ । ମା’ ଶବ୍ଦ ହୁଏତ ଖୁବ ଛୋଟ ମାତ୍ର ଏହା ସମ୍ପୂର୍ଣ୍ଣ ଅଟେ ଯାହାର ତୁଳନା କରିବା ଅସମ୍ଭବ ଅଟେ । ମା’ ଭଗବାନଙ୍କର ଏକ ମୂଲ୍ୟବାନ ଉପହାର ଅଟେ । ଅନେକ ସମୟରେ ଆମେ ଆମ ଜୀବନରେ ଏତେମାତ୍ରାରେ ବ୍ୟସ୍ତ ହୋଇଥାଉ ଯେ ମା’ଙ୍କ ପାଇଁ ଆମକୁ ସମୟ ମିଳିପାରେ ନାହିଁ ଏବଂ ଚାହିଁଲେ ବି ଆମେ ସେହି ପରିଶ୍ରମ, ସ୍ନେହ, ଭଲପାଇବା ଆଦିକୁ ପୂରଣ କରିବାରେ ଅସମର୍ଥ ହୋଇପଡୁ । ତେବେ ବ୍ୟସ୍ତବହୁଳ ଜୀବନକୁ ବାଦ୍ ଦେଇ ଏହି ମଦର୍ସ ଡେ ବାହାନା ହିଁ ହେଉ ନା କାହିଁକି ଆସନ୍ତୁ ଆମେ ଏହି ଗୋଟେ ଦିନ ମା’ଙ୍କ ନାଁ’ରେ କରିବା, ଯିଏ ତା’ର ସବୁ କିଛି ଆମ ନାଁ’ରେ ଆଗରୁ କରିସାରିଛି ।

ବର୍ଷର ପ୍ରତ୍ୟେକ ମେ ମାସର ୨ୟ ରବିବାର ଦିନ ଆମେ ମଦର୍ସ ଡେ ପାଳନ କରିଥାଉ । ଏହା ଏକ ଏଭଳି ଦିନ ଅଟେ ଯେଉଁ ଦିନରେ ମା’ଙ୍କୁ ସମ୍ମାନ କରି ପୂରା ଦିନ ତାଙ୍କ ନା’ରେ ସମର୍ପିତ କରିଦେଇଥାଉ ।ଯେଉଁଭଳି ଆପଣଙ୍କ ମା’ ଆପଣଙ୍କର ଗେଲ୍ହା ଅଟନ୍ତି । ସେହିଭଳି ଆପଣଙ୍କ ମା’ଙ୍କୁ ମଧ୍ୟ ତାଙ୍କ ମା’ । ଏହିକାରଣରୁ ଏଥର ମଦର୍ସ ଡେରେ ଆପଣ ମଧ୍ୟ ଆପଣଙ୍କ ମା’ଙ୍କ ଛୋଟ ବେଳକୁ ତାଜା କରିପାରିବେ ଏବଂ ମା’ଙ୍କ ପିଲାଦିନର ଫଟୋକୁ ଏକ କୋଲାର୍ଜ କିମ୍ବା ଭିଡିଓ ପ୍ରସ୍ତୁତ କରି ଉପହାର ସ୍ୱୂରୁପ ଦେଇପାରିବେ । ବଜାରରେ ମା’ଙ୍କ ପାଇଁ ଅନେକ ସ୍ପେଶାଲ ଗିଫ୍ଟ ମଧ୍ୟ ମିଳୁଛି । ଫଟୋଫ୍ରେମ ଠାରୁ ଆରମ୍ଭ କରି ଶାଢୀ ଆଦି ଆପଣଙ୍କ ମା’ଙ୍କୁ ଉପହାର ସ୍ୱରୂପ ଦେଇ ପାରିବେ । ଏହାବ୍ୟତୀତ ଖାସ କଥା ହେଉଛି ମା’ଙ୍କୁ ଆପଣ ଏକ କନଫେସନ ବକ୍ସ ଦେଇପାରିବେ । ଯେଉଁଥିରେ ଆପଣ କରିଥିବା ଭୂଲ ଏବଂ ଏହିଭଳି ଅନେକ କିଛି କଥା ଲେଖି ମା’ଙ୍କୁ ଦେଇପାରିବେ ଏବଂ ଅନେକ କଥା ଏହାଦ୍ୱାରା ଆପଣ ମା’ଙ୍କ ସହ ସେୟାର କରିପାରିବେ । ଏହିଭଳି ଉପହାରର ମୂଲ୍ୟ ୨୦୦ରୁ ଆରମ୍ଭ କରି ୨୦୦୦ଟଙ୍କା କିମ୍ବା ଉଦ୍ଧ୍ୱର୍ ରହିଛି ।