ସାରା ବିଶ୍ୱରେ ନିୟାନଙ୍କୁ ନେଇ ଚାଲିଛି ଚର୍ଚ୍ଚା । ୧୧ ଦିନ ପରେ ବରମୁଡା ଟ୍ରାଏଙ୍ଗଲରୁ ଜୀବନ ବଂଚାଇ ଫେରିବାରେ ହେଲେ ସଫଳ

ପୃଥିବୀର ପ୍ରାୟ ସମସ୍ତଙ୍କୁ ବରମୁଡ଼ା ଟ୍ରାଏଙ୍ଗଲର ରହସ୍ୟ ବିଷୟରେ ଜଣାଥିବ

1,500
କନକ ବ୍ୟୁରୋ : ପୃଥିବୀର ପ୍ରାୟ ସମସ୍ତଙ୍କୁ ବରମୁଡ଼ା ଟ୍ରାଏଙ୍ଗଲର ରହସ୍ୟ ବିଷୟରେ ଜଣାଥିବ । ପୂର୍ବରୁ ଏହି ସ୍ଥାନରେ ବଡ଼ ବଡ଼ ଜାହାଜ ହଠାତ୍ ନିଖୋଜ ହୋଇ ଯିବା ସହ କେତେ ବେଳେ ଉପରେ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହାର ରହସ୍ୟ ଉପରୁ ଏ ପର୍ଯ୍ୟନ୍ତ ପରଦା ଉଠି ପାରି ନାହିଁ । କିନ୍ତୁ ଏଭଳି ରହସ୍ୟମୟ ଏବଂ ବିପଦଜ୍ଜନକ ଜାଗାରୁ ଜଣେ ମାଛ ଧରାଳୀ ନିଜ ଡ଼ଙ୍ଗା ସହ ଜୀବିତ ଫେରି ଆସିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଚୀନର ମାଛଧରାଳୀ ନିୟାନ ସିନ୍ଧୁଆ ୧୧ଦିନ ଧରି ବରମୁଡ଼ା ଟ୍ରାଏଙ୍ଗଲରେ ଫସି ରହିଥିଲେ ମଧ୍ୟ ୧୧ଦିନ ପରେ ସେ ନିଜ ଘରକୁ ଜୀବିତ ଫେରିଛନ୍ତି, ଯାହାକୁ ସହଜରେ ଲୋକେ ହଜମ କରି ପାରୁ ନାହାନ୍ତି ।
ସୂଚନା ମୁତାବକ, ନିୟାନଙ୍କ ଡ଼ଙ୍ଗାରୁ ପେଟ୍ରୋଲ ସରିଯିବା କାରଣରୁ ମେ’ ୧୦ ତାରିଖରୁ ବରମୁଡ଼ା ଟ୍ରାଏଙ୍ଗଲରେ ଫସି ରହିଥିଲେ । ଭୋକ ଲାଗୁଥିଲା ବେଳେ  ମାଛର ଦାନା ଖାଇବା ସହ ଶୋଷ ଲାଗୁଥିଲେ ନିଜର ପରିଶ୍ରା ପିଇ ନିଜକୁ ବଞ୍ଚାଇ ରଖିଥିଲେ ନିୟାନ । ୧୧ଦିନ ଏଭଳି ରହିବା ପରେ ମେ’ ୨୧ରେ ଏକ କାର୍ଗୋ ଜାହାଜ ନିୟାନକୁ ଉଦ୍ଧାର କରିଥିଲା । ଶେଷରେ ସେ ଜୀବିତ ଫେରିଥିଲେ । ତେବେ ଯେଉଁ ସ୍ଥାନରେ ବଡ଼ ବଡ଼ ଜାହାଜ ଉଭାନ ହୋଇ ଯାଏ, ସେଠାରେ ନିୟାନଙ୍କ ଏକ ଛୋଟ ଡ଼ଙ୍ଗା କେମିତି ବର୍ତ୍ତିଗଲା, ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି ।
ତେବେ ଏହି ସମ୍ପର୍କରେ ଜଣାପଡିବା ପରେ ସାରା ପୃଥିବୀରେ ଅନେକ ଦେଶରେ ଏହାକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଛି । କେମିତି ଏ ବିପଦଜନକ ସ୍ଥାନରୁ ସଲେ ନିଜର ଜୀବନ ବଂଚାଇବାରେ ସଫଳ ହେଲେ ତାହା ସମ୍ପର୍କରେ ସମସ୍ତେ ଜାଣିବା ଲାଗି ଚେଷ୍ଟା କରୁଛନ୍ତି । ଏବଂ ସେ ସେହି ସ୍ଥାନରେ ଏତେ ଦିନ ବିତାଇଲେ  ତେଣୁ କଣ କଣ ଦେଖିବାକୁ ପାଇଥିଲେ ଓ କିପରି ଭାବରେ ନିଜକୁ ବଂଚାଇଥିଲେ ତାହାର ରିପୋର୍ଟ ମଧ୍ୟ ପ୍ରସ୍ତୁତ ହେଉଥିବା ଜାଣିବା ଲାଗି ମିଳୁଛି ।