ମହାକାଶରେ ମଧ୍ୟ ଅଛି ଏକ ବରମୁଡା ଟ୍ରାଙ୍ଗେଲ୍ : ଯେଉଁଠି କାମ କରିବା ବନ୍ଦ କରିଦିଏ ଅନ୍ତରୀକ୍ଷ ଉପକରଣ

55

ସମୂଦ୍ର ରେ ବରମୁଡା ଟ୍ରାଙ୍ଗେଲ୍ ବିଷୟରେ ଆପଣ ଶୁଣିଥିବେ କିନ୍ତୁ ମହାକାଶରେ ଥିବା ପ୍ରଥମ ଥର ପାଇଁ ଜାଣିବେ । ସମୁଦ୍ର ଭଳି ମହାକାଶରେ ମଧ୍ୟ ଅଛି ବରମୁଡା ତ୍ରିକୋଣ । ସେଠି ମହାକାଶ ଯାନର କମ୍ପ୍ୟୁଟର ଓ ସାଟେଲାଇଟ ଓ ଅନ୍ୟାନ୍ୟ ଉପକରଣ କାମ କରିବା ବନ୍ଦ କରି ଦିଏ । ମହାକାଶର ଏହି ଅଂଚଳ ଦକ୍ଷିଣ ଆଟଲାଣ୍ଟିକ ମହାସାଗର ଏବଂ ବ୍ରାଜିଲ ଆକାଶର ଠିକ ଉପରେ ଅବସ୍ଥିତ । ଏହାକୁ ଦକ୍ଷିଣ ଅନୋମଲୀ କୁହାଯାଏ । ଯେତେଦୂର ସମ୍ଭବ ମହାକାଶ ଯାତ୍ରୀ ଏହି ଅଂଚଳରୁୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତି । ଠିକ୍ ସେହିପରି ଯେମିତି ସମୂଦ୍ର ରେ ଉତ୍ତର ଆଟଲାଣ୍ଟି ସାଗରର ପଶ୍ଚିମରେ ଅବସ୍ଥିତ ବରମୁଡା ଟ୍ରାଙ୍ଗେଲରେ ବହୁ ସଂଖ୍ୟାରେ ଉଡାଜାହାଜ ଓ ପାଣି ଜାହାଜ ଅଦୃଶ୍ୟ ହୋଇଯାଆନ୍ତି । ଏହି ରହସ୍ୟମୟୀ ଅଂଚଳର ଅବସ୍ଥିତି ପଛରେ ଅନେକ କାରଣ ଅଛି ,ଯାହାର ସ୍ଥାୟୀ ସମାଧାନ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ତେବେ ବର୍ତ୍ତମାନ ମହାକାଶରେ ପୁଣି ବରମୁଡା ଟ୍ରାଙ୍ଗେଲ ଭଳି ସ୍ଥାନ ଲୋକଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି ।

ଦ୍ୱିତୀୟ ଥର ଦକ୍ଷିଣ ଅନୋମଲୀ ଅତିକ୍ରମ କରିଥିବା ନାସାର ମହାକାଶ ଯାତ୍ରୀ ଟେରୀ ବଟସଙ୍କ କହିବାନୁସାରେ ପ୍ରଥମ ମହାକାଶ ମିଶନରେ ହିଁ ତାଙ୍କୁ ଏ ବିଷୟରେ ଜଣାପଡିଥିଲା । ଆଜିକାଲି ବ୍ୟକ୍ତିଗତ କମ୍ପାନୀ ଗୁଡିକ ମହାକାଶ ଯାନ ଉପରେ କାମ କରୁଥିବାରୁ , ଏଥିରୁ ବଂଚିବା ଜରୁରୀ ହୋଇପଡିଛି । ବୈଜ୍ଞାନିକଙ୍କ ଅନୁସାରେ, ସୂର୍ଯ୍ୟରୁ ଆସୁଥିବା ବିକିରଣକୁ ପୃଥିବୀର ଶକ୍ତିଶାଳୀ ଚାର୍ଜ କଣିକା ସ୍ତର (Van Allen Radiation Belt) ରୋକିବାରେ ସହାୟକ ହୁଏ । ଏହି ସ୍ତରରେ ସୂର୍ଯ୍ୟର ବିକିରଣ ଧକ୍କା ହୋଇ ମହାକାଶରେ ବିଚ୍ଛୁରିତ ହୋଇଯାଏ । ଯେହେତୁ ପୃଥିବୀ ଗୋଲ ନୁହେଁ ମେରୁ ଗୁଡିକରେ ଚେପଟା ଓ ମଝିରେ ମୋଟା, ସେଥିପାଇଁ ଚାର୍ଜ କଣିକା ସ୍ତର ମଧ୍ୟ ମେରୁ ଗୁଡିକର ପାଖକୁ ଆସି ପୃଥିବୀର ଅଧିକ ନିକଟତର ହୋଇଯାଏ । ତେଣୁ ଏହି ଇଲାକାରେ ବିକିରଣର ବେଶି ପ୍ରଭାବ ଦେଖାଯାଏ । ଏହି ଇଲାକାଟି ମହାକାଶର ବରମୁଡା ଦକ୍ଷିଣ ଆଟଲାଣ୍ଟିକ ଅନୋମଲୀ ନାମରେ ପରିଚିତ ।

ବୈଜ୍ଞାନିକ ଏହି ବିକିରଣରୁ ବଂଚିବା ପାଇଁ ୨୩ କିଲୋଗ୍ରାମ ଓଜନର ବ୍ୟାଗର ସହାୟତାରେ ଏକ ପାଣିର କାନ୍ଥ ଛିଡା କରାନ୍ତି । ଏହା ଫଳରେ ବିକିରଣ ପାଣିକୁ ଅତିକ୍ରମ କରିପାରେନି । ମେରୁରେ ପୃଥିବୀ ଓ ସୂର୍ଯ୍ୟର କିରଣ ସବୁ ଧକ୍କା ହୋଇ ସବୁଜ ଆଲୁଅ ତିଆରି କରନ୍ତି । ଉତ୍ତର ମେରୁରେ ଏହି ଦୃଶ୍ୟକୁ ଦେଖିବା ପାଇଁ ହଜାର କି.ମିରୁ ଦର୍ଶକ ଆସନ୍ତି ।