ଶାଶୁ ଘରକୁ ଫେରିବେ ମା’ : ଆଜି ବୁଢୀ ଠାକୁରାଣୀ ଯାତ୍ରାର ଶେଷ ଦିନ

36

କନକ ବ୍ୟୁରୋ : ଆଜି ଶେଷ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା । ଦୀର୍ଘ ୩୦ ଦିନ ହେବ ଚାଲିଥିବା ଏହି ଯାତ୍ରାର ଆଜି ହେଉଛି ଶେଷ ଦିନ । ଆଜି ବିଳମ୍ବିତ ରାତିରେ ମୁଖ୍ୟ ମନ୍ଦିରକୁ ଫେରିବେ ମାଆ ବୁଢୀ ଠାକୁରାଣୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଦୀର୍ଘ ଦିନ ଧରି ଅସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ମାଆଙ୍କୁ ଦର୍ଶନ କରିବାକୁ ଆଜି ଭକ୍ତଙ୍କ ଭିଡ ଜମିଛି । ଯାତ୍ରାର ଶେଷ ଦିନରେ ଅସ୍ଥାୟୀ ମଣ୍ଡପରେ ମାଆଙ୍କୁ ଦର୍ଶନ କରିବାକୁ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଛି । ଏଥି ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ୧୫ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶତାଧିକ ପୋଲିସ ଅଧିକାରୀ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ଯାଂଚ କରୁଛନ୍ତି ।