ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ପିସି କାରବାର ଅଭିଯୋଗ : ଇନ୍ଦିରା ଆବାସ ପାଇବା ପାଇଁ ଦେବାକୁ ପଡୁଛି ଲାଂଚ

39

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ ପିସି କାରବାରକୁ ବନ୍ଦ କରିବାକୁ କହିଥିଲେ ସୁଧା ବେଧଡ଼କ ଭାବେ ଚାଲିଛି ପିସି କାରବାର । ଆଉ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳୀରେ ପିସି କାରବାର ଚାଲୁଥିବାର ଅଭିଯୋଗ ହୋଇଛି । ଜଣେ ଗରିବ ଲୋକଟିଏ ଇନ୍ଦିରା ଆବାସ ପାଇବାକୁ ହେଲେ ସରକାରୀ ବାବୁଙ୍କୁ ପିସି ଦେବାକୁ ପଡୁଛି ବୋଲି ଅଭିଯୋଗ ଆସିଛି ।

ଗଂଜାମର ସରଦାପୁରୁ ଗ୍ରାମ । ଆଉ ଏହି ଗ୍ରାମରେ ରୁହନ୍ତି ଲିଂଗରାଜ ବେହେରା ଓ ତାଙ୍କ ପରିବାର । ଖଣ୍ଡିଏ ଇନ୍ଦିରା ଆବାସ ପାଇବା ଆଶାରେ ଲିଙ୍ଗରାଜ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଯାଇଛନ୍ତି । କିନ୍ତୁ କିଛି ସୁଫଳ ମିଳି ନାହିଁ । ବରଂ ଇନ୍ଦିରା ଆବାସ ଖଣ୍ଡେ ପାଇବାକୁ ହେଲେ ସରକାରୀ କର୍ମଚାରୀମାନେ ପିସି ମାଗୁଥିବାର ଲିଙ୍ଗରାଜ ଅଭିଯୋଗ କରିଛନ୍ତି ।

ସେହିଭଳି ଏହି ଗ୍ରାମରେ ରୁହନ୍ତି ହରି ନାୟକ । ଗତ ଫାଇଲିନ୍ ମହାବାତ୍ୟାରେ ତାଙ୍କ ଘର ଭାଙ୍ଗି ଯାଇଥିଲା । ଆଉ ସେହି ସମୟରେ ମିଳିଥିବା ପଲିଥିନ ଏବେ ବି ତାଙ୍କ ଘରର ଛାତ ହୋଇ ରହିଛି । ଏଠାରେ ବି ସେହି ସମାନ କଥା । ସତେ ଯେମିତି ପିସି ଦେଲେ ହିଁ ଯୋଜନାର ଲାଭ ପାଇହେବ ବୋଲି ହରି ଅନୁଭବ କରୁଛନ୍ତି । ଏଥିପାଇଁ ଏହିମାନେ ଇନ୍ଦିରା ଆବାସ ପାଇଁ ଆଶାଥିଲେ ମଧ୍ୟ ନିରାଶ ହୋଇଛନ୍ତି । କାରଣ ଲାଂଚ ପାଇଁ ନାହିଁ ଅର୍ଥ ।

ଦେଖନ୍ତୁ ଏହି ଭିଡିଓ –