ଇ-ୱାଲେଟ ଓ ପେଟିଏମ ଜରିଆରେ ଚଳୁ ହୋଇଗଲା ୩୬ କୋଟି : ଗଞ୍ଜାମ ପୁଲିସ କବଜାରେ ଲୁଟର ମାଷ୍ଟର ମାଇଣ୍ଡ

38

କନକ ବ୍ୟୁରୋ :  ଗଞ୍ଜାମ ପୁଲିସ କବଜାରେ କୋଟିକୋଟି ଟଙ୍କା ଲୁଟର ମାଷ୍ଟର ମାଇଣ୍ଡ । ଇ-ୱାଲେଟ ଓ ପେଟିଏମ ଜରିଆରେ ବିଭିନ୍ନ ବ୍ୟାଙ୍କ ଆକାଉଂଟରୁ ପ୍ରାୟ ୩୭କୋଟି ଟଙ୍କା ଲୁଟିନେଇଥିଲା ଏହି ବ୍ୟକ୍ତି । ଫେକ୍ ସିଭିବି କୋଡ ଦେଇ କେବଳ ଓଡିଶାରୁ ଲୁଟିଥିଲା ୮୧ ଲକ୍ଷ ଟଙ୍କା । ପେଟିଏମ ୱାଲେଟରେ ନିଜ ବ୍ୟାଙ୍କ ଆକାଉଂଟକୁ ସଂଯୋଗ କରି ୨୫୨ ଥର ଟଙ୍କା ଟ୍ରାନ୍ସଫର କରିଥିଲା । ଶେଷରେ ପୁଲିସ ଗଞ୍ଜାମ ବଇଁଚବଣୀର ଏହି ଲୁଟେରା ଦିବାକର ନାୟକକୁ କାବୁ କରିଛି ।
୧- କେବଳ ଓଡିଶାରେ ବିଭିନ୍ନ ବ୍ୟାଙ୍କରୁ ଲୁଟି ନେଇଥିଲା ୮୧ ଲକ୍ଷ ଟଙ୍କା 

୨- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ୨୫ଲକ୍ଷ ୨୦ହାଜର

୩- ବ୍ୟକ୍ତିଙ୍କ ଆକାଉଂଟ ପରିବର୍ତ୍ତେ ବ୍ୟାଙ୍କର ନିଜସ୍ୱ ଆକାଉଂଟକୁ କରୁଥିଲା ଟାର୍ଗେଟ

 ୪- ନକଲି ସିିଭିବି କୋଡ୍ ଦ୍ୱାରା ଉଠାଇ ନେଉଥିଲା ଲକ୍ଷ ଲକ୍ଷ ଟଙ୍କା

ଏକ ପେଟିଏମ ୱାଲେଟ ଖୋଲି ବ୍ୟାଙ୍କ ଅଫ ଇଣ୍ଡିଆରେ ଥିବା ନିଜ ଆକାଉଂଟକୁ ଏଥିରେ ସଂଯୋଗ କରିଥିଲା ଦିବାକର । ଆଉ ଫେକ ସିଭିବି କୋଡ ଦେଇ ୨୫୨ଥର ଟଙ୍କା ଟ୍ରାନ୍ସଫର କରିଥିଲା । ଆଇସିଆଇସିଆଇ ବ୍ୟାଙ୍କରେ ଦୁଇଟି ଆକାଉଂଟ ଖୋଲି ସେଠାକୁ ମଧ୍ୟ ଟଙ୍କା ଟ୍ରାନ୍ସଫର କରିଥିଲା । ଏପରିକି ସୁନା ଓ ମୋବାଇଲ ଫୋନ ବି କିଣିଥିଲା । ଏଭଳି ବଡଧରଣର ଲୁଟର ମାଷ୍ଟରମାଇଣ୍ଡକୁ ଧରିବା ସହ ତା ନିକଟରୁ ନଗତ ୧୦ ଲକ୍ଷ ୩୫ ହଜାର ୩ଶହ ଟଙ୍କା, ୨୬ ଗ୍ରାମ ସୁନା, ଦୁଇଟି ମୋବାଇଲ ଫୋନ, ଆଇସିଆଇସିଆଇର ବ୍ୟାଙ୍କର ଦୁଇଟି ପାସବୁକ ଓ ୪ଟି ସିମକାର୍ଡକୁ ପୁଲିସ ଜବତ କରିଛି ।