ମାସେ ପୁରିନି ବନ୍ଦ ହୋଇଗଲା ୱାଇଫାଇ : ପାଠ ବଦଳରେ ପିଲା ଦେଖିଲେ ପର୍ଣ୍ଣ

32

ବ୍ରହ୍ମପୁର ବ୍ୟୁରୋ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଆସିଛି ସାଂଘାତିକ ଅଭିଯୋଗ । ସାଂଘାତିକ ତ ନୁହେଁ ଲଜ୍ଜାଜନକ କଥା । ରିସର୍ଚ୍ଚ ପାଇଁ ୟୁଜିସି ଯୋଗାଇଥିବା ୱାଇଫାଇ ସେବା ସପ୍ତାହକ ଭିତରେ ବନ୍ଦ କରି ଦେଇଛି । ନାକ୍ ଟିମ୍ ପରିଦର୍ଶନ କରି ଆସିବ ବୋଲି ତରବରିଆ ଭାବେ ଯୁଜିସି ଦେଇଥିବା ୨୫ ଲକ୍ଷ ଟଙ୍କାରେ କଲେଜ କର୍ତୃପକ୍ଷ ୱାଇ ଫାଇ ଲଗାଇଥିଲେ । ହେଲେ ଅଭିଯୋଗ ହୋଇଛି, ଛାତ୍ରଛାତ୍ରୀମାନେ ଇଂଟରନେଟର ସଦୁପଯୋଗ କରିବା ପରିବର୍ତେ ଆରମ୍ଭ କରିଦେଲେ ଦୁରୁପଯୋଗ । ପାଠପଢା କ୍ଷେତ୍ରରେ ଇଂଟରନେଟକୁ ବ୍ୟବହାର କରିବା ପରିବର୍ତେ ଘଂଟା ଘଂଟା ଧରି ବିଭିନ୍ନ ଅଶ୍ଲୀଳ ସାଇଟ୍ ଖୋଲି ଦେଖୁଛନ୍ତି । ପର୍ଣ୍ଣୋଗ୍ରାଫି ସାଇଟରୁ ରାତିଦିନ ଡାଉନଲୋଡ କରୁଛନ୍ତି ଭିଡିଓ ଓ ଫଟୋ ।

ତେବେ ପ୍ରଶ୍ନ ଉଠୁଛି, ବିଶ୍ୱବିଦ୍ୟାଳୟର ସମସ୍ତ ପିଲାଙ୍କୁ ଏହି ମାଗଣା ୱାଇଫାଇ ସେବା ଯୋଗାଇ ଦିଆଯିବାରୁ ଯୁଜିସିର ଗାଇଡଲାଇନରେ ଥିଲା କି ? ନା କେବଳ ରିସର୍ଚ୍ଚ ସ୍କଲାରଙ୍କୁ ଇଂଟରନେଟ ଯୋଗାଇ ଦେବାକୁ ଯୁଜିସି କହିଥିଲା । ଯଦି ସମସ୍ତଙ୍କୁ ଇଂଟରନେଟ୍ ଦିଆଗଲା, ତେବେ ପର୍ଣ୍ଣ ସାଇଟକୁ ରେଷ୍ଟିକଟ କରା ଗଲାନି କାହିଁକି ।

ଏ ପ୍ରଶ୍ନର ଉତର ଦେବାକୁ କର୍ତୃପକ୍ଷ ନାରାଜ୍ । ତେବେ ମାଗଣା ଇଂଟରନେଟଳୁ ନେଇ ଉତ୍ସାହିତ ଥିବା ମେଧାବୀ ପିଲା କିନ୍ତୁ ଏ ନିଷ୍ପତିକୁ ନେଇ ନିରାଶ ହୋଇଛନ୍ତି ।