ବ୍ରହ୍ମପୁରରେ ଏକକାଳୀନ ୩ଟି ଟ୍ରକ ଧକ୍କା : ଜଣେ ଡ୍ରାଇଭର ମୃତ , ୩ ହେଲପର ଆହତ

54

ବ୍ରହ୍ମପୁର : ବ୍ରହ୍ମପୁରରେ ଏକକାଳୀନ ୩ଟି ଟ୍ରକ ଧକ୍କା । ଫଳରେ ଜଣେ ଡ୍ରାଇଭରର ମୃତ୍ୟୁ ହୋଇଥିବାବେଳେ ୩ ହେଲପର ଆହତ ହୋଇଛନ୍ତି । ଗୋଳନ୍ଥରା ଥାନା କନିସି ଛକରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବାବେଳେ ପୁଣି ଏକ ଲୁହା ପାଇପ ବୋଝେଇ ଟ୍ରକ ପଛପଟୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୨ ଗୋରୁଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡିଛି । ପୋଲିସ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସେହିପରି ବଲାଙ୍ଗୀରରେ ଦୁଇଟି ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଡ୍ରାଇଭରର ମୃତ୍ୟୁ ହୋଇଛି । ବଲାଙ୍ଗୀର-ସମ୍ବଲପୁର ରାସ୍ତା ୨୬ ନମ୍ବର ଜାତୀୟ ରାଜପଥର ଛୁଇଁବନ୍ଧ ନିକଟରେ ଏହି ଦୁର୍ଘଟଣା ହୋଇଛି। ଆଜି ସକାଳୁ ସମ୍ବଲପୁର ପଟୁ ଆସୁଥିବା ବେଦାନ୍ତ କମ୍ପାନିର ଏକ କେମିକାଲ ଟ୍ୟାଙ୍କର ସହ ବଲାଙ୍ଗୀର ପଟୁ ଆସୁଥିବା ଏକ ତେଲ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବେଦାନ୍ତ କମ୍ପାନିର କେମିକାଲ ଟ୍ୟାଙ୍କର ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ତାଙ୍କ ପରିଚୟ ମିଳପାରି ନଥିବାବେଳେ ଦୁର୍ଘଟଣା ପରେ ବଲାଙ୍ଗୀର-ସମ୍ବଲପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକ । ବଲାଙ୍ଗୀର ସଦରଥାନା ପୋଲିସ ପହଂଚିି ତଦନ୍ତ ଜାରି ରଖିଛି ।