ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର ବଉଳଝୁଲି ପଞ୍ଚାୟତରେ ନିର୍ବାଚନୀ ହିଂସା

25

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର ବଉଳଝୁଲି ପଞ୍ଚାୟତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀନି ପୁଷ୍ପାଞ୍ଜଳି ଓ ସମିତି ସଭ୍ୟ ପ୍ରାର୍ଥୀନି ସାକା ସବିତାଙ୍କ ସମର୍ଥକଙ୍କୁ ମରଣାନ୍ତ ଆକ୍ରମଣ କରିଛନ୍ତି ବିରୋଧୀ । ବିଜୟୀ ହେବା ପରେ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ହଠାତ ବିଜେଡ଼ି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ବିଜେଡ଼ି କର୍ମୀମାନେ ଶାବଳ,ଲୁହା ଛଡ଼ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । । ଏଥିରେ ରବି ବରାଡ଼ ଓ ଶୁଶାନ୍ତ ଭୂୟାଁ ଗୁରୁତର ଭାବେ ଆହତ ହୋଇଛନ୍ତି,ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଥିଲା ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ –