ଗଞ୍ଜାମ ଜିଲ୍ଲାର ୫ଟି ଟ୍ରେଡ ୟୁନିୟନ ଧର୍ମଘଟରେ ସାମିଲ

19

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ଗଞ୍ଜାମ ଜିଲ୍ଲାର ୫ଟି ଟ୍ରେଡ ୟୁନିୟନ ଧର୍ମଘଟରେ ସାମିଲ ହୋଇଛନ୍ତି । ବନ୍ଦର ପ୍ରଭାବ ବ୍ରହ୍ମପୁରରେ ଦେଖିବାକୁ ମିଳିଛି । ଆଜି ସକାଳୁ ପ୍ରଥମେ ରେଳ ଷ୍ଟେସନରେ ରେଳରୋକ କରିଛନ୍ତି ଆନ୍ଦୋଳନକାରୀ । ବନ୍ଦ ପ୍ରଭାବରେ ସହରର ଦୋକାନ ବଜାର ବନ୍ଦ ରହିଥିବାବେଳେ ବସ୍, ଅଟୋ ଓ ଅନ୍ୟାନ୍ୟ ଗାଡି ଚଳାଚଳ ମଧ୍ୟ ଠପ୍ ରହିଛି । ସହରର ବିଭିନ୍ନ ସ୍ଥାନରେ ବୁଲି ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ବାହାରିଛନ୍ତି ।