ସଂପତି ପାଇଁ ମାଆକୁ ମାରୁଛନ୍ତି ପୁଲିସ୍ ବାବୁ ! ବ୍ରହ୍ମପୁରରେ ପୁଅ ବିରୋଧରେ ମାଆ ଆଣିଲେ ସାଂଘାତିକ ଅଭିଯୋଗ

55

କନକ ବ୍ୟୁରୋ : ପରିଣତ ବୟସରେ ଭାଙ୍ଗିପଡିଛି ମା’ । ବୟସର ସାୟାହ୍ନରେ ବଇରି ସାଜିଛି ଜନ୍ମ କଲା ପୁଅ । ଯାହାକୁ କୋଳେଇ କାଖେଇ ବଡ କରିଥିଲା, ଆଜି ସମ୍ପତି ପାଇଁ ସେ ଦେଉଛି ଅକଥନୀୟ ନିର୍ଯ୍ୟାତନା । କିଏ ମାଡ ମାରୁଛି ତ’ଆଉ କିଏ କହୁଛି ଘରୁ ବାହାରିଯିବାକୁ । ବୁଢୀ ବୟସରେ ମା’ର ଆଶ୍ରା ସାଜିବା ବଦଳରେ ଦେଉଛନ୍ତି ମା ଆଖିରେ ଲୁହ ।

ବ୍ରହ୍ମପୁର ବିଜିପୁରର ୭୫ ବର୍ଷୀୟ କାଂଚନ ଦାଶଙ୍କର ତିନି ପୁଅ । ଦୀର୍ଘ ୨୫ ବର୍ଷ ହେଲା ବଡ ଓ ମଝିଆ ପୁଅ ଅଲଗା ରହନ୍ତି । ବଡ ପ୍ରାଇଭେଟ୍ ଟ୍ୟୁସନ୍ ଦିଏ ଆଉ ମଝିଆ, ପୁଲିସ୍  ଚାକିରିଆ । ଏଭଳି ସ୍ଥିତିରେ ସାନପୁଅ ମାଆଙ୍କ ପାଇଁ ସବୁକିଛି । ଏବେ ସମ୍ପତି ଲୋଭୀ ଦୁଇ ପୁଅ ମାଆଙ୍କୁ ମାଗୁଛନ୍ତି ସମ୍ପତିରୁ ଭାଗ ।

ନିର୍ଯ୍ୟାତନା ସୀମା ଟପିବା ପରେ ଦୁଇ ପୁଅ ବିରୋଧରେ ଥାନାରେ ଫେରାଦ ହୋଇଥିଲେ ମା । ଗୁହାରି କରିଥିଲେ ସଇତାନ ପୁଅଙ୍କୁ ଘରୁ ବାହାର କରିବାକୁ । ହେଲେ ପୁଲିସ୍  ପୁଅର ଚାପ ଆଗରେ ଫେଲ୍ ମାରିଥିଲା ମାଆର କୋହ । ଶେଷରେ ବୁଢୀ ମା ନେଇଛି ବରିଷ୍ଠ ନାଗରିକ ଆଇନର ସାହାରା । ଦୁଇ ପୁଅ ବିରୋଧରେ ରୁଜୁ କରିଛି ମାମଲା ।

ଏହାସହ ଦେଖନ୍ତୁ ଏହି ଭିଡିଓ :