ଆରମ୍ଭ ହେଲା ବ୍ରହ୍ମପୁର ଆଇଜରରେ ପାଠପଢା ପ୍ରକ୍ରିୟା : ଆଜିଠାରୁ ପଞ୍ଜିକରଣ ଓ ସାର୍ଟିପିକେଟ ଯାଂଚ

38

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ବ୍ରହ୍ମପୁର ଆଇଜରରେ ପାଠପଢା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିଠାରୁ ମନୋନିତ ଛାତ୍ରଛାତୀଙ୍କ ପଞ୍ଜିକରଣ ଆରମ୍ଭ ହୋଇଛି । ସାର୍ଟିପିକେଟ ଯାଂଚ ଓ ବ୍ୟାଙ୍କ ଆକାଉଂଟ ଖୋଲିନଥିବା ଛାତ୍ରଛାତୀଙ୍କ ଖାତାଖୋଲା ଯାଇଛି । ମୋଟ ୬୭ ଜଣ ପିଲା ଆଇଜର ପାଠପଢା ନିମନ୍ତେ ମନୋନିତ ହୋଇଛନ୍ତି । ୨ ଦିନ ଧରି ରେଜିଷ୍ଟ୍ରେସନ ପ୍ରକ୍ରିୟା ଚାଲିବ । ତେବେ ଆସନ୍ତା ୪ ତାରିଖରୁ ପାଠପଢା ଆରମ୍ଭ ହେବ ବୋଲି ଆଇଜର ପକ୍ଷରୁ ସୂଚନା ମିଳିଛି । ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ର ଅସ୍ଥାୟୀ କ୍ୟାମ୍ପସରେ ଆଇଜରର ପାଠପଢା ଆରମ୍ଭ ହେବ।