ବ୍ରହ୍ମପୁର ଭଂଜନଗର ଦୁର୍ଗାପ୍ରସାଦ ରାସ୍ତାରେ ଏନକାଉଂଟର : ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ମିଥୁନ୍ ଭୁୟାଁ ଆହତ

30

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ବ୍ରହ୍ମପୁର ଭଂଜନଗରରେ ଏନକାଉଂଟର । ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ମିଥୁନ୍ ଭୁୟାଁ ଆହତ । ଆଜି ଭୋରରୁ ଏହି ଘଟଣା ଘଟିଛି । ଭଂଜନଗର ଦୁର୍ଗାପ୍ରସାଦ ରାସ୍ତାରେ ପୁଲିସ ସହ ମୁହାଁମୁହିଁ ହୋଇଥିଲା ମିଥୁନ୍ ।

ପୁଲିସ ଉପରକୁ ମିଥୁନ୍ ପ୍ରଥମେ ଗୁଳି ଚଳାଇ ଫେରାର ହେବାରୁ ଚେଷ୍ଟା କରିଥିଲା । ତେବେ ପୁଲିସର ପାଲଟା ଗୁଳିରେ ଆହତ ହୋଇଛି ମିଥୁନ୍ । ତା’ର ବାମ ଗୋଡରେ ଗୁଳି ବାଜିଛି । ତାକୁ ବ୍ରହ୍ମପୁରକୁ ଅଣାଯାଉଥିବା ସୂଚନା ମିଳିଛି ।

ବୁଗୁଡା ସୁନା ବ୍ୟବସାୟୀଙ୍କ ଠାରୁ ସୁନା ଲୁଟ୍ ଘଟଣାରେ ସଂପୃକ୍ତି ସହ ମିଥୁନ୍ ନାଁରେ ୮ଟିରୁ ଅଧିକ ଅପରାଧିକ ମାମଲା ରହିଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :